ଯୁବତୀଙ୍କୁ ଦୁର୍ବ୍ୟବହାର ମାମଲା, ୧୦୦ ଟଙ୍କା ଜରିମାନା ଦେବେ ପୃଥ୍ୱୀ ଶ’

ଯୁବତୀଙ୍କୁ ଦୁର୍ବ୍ୟବହାର ମାମଲାରେ ପୃଥ୍ୱୀ ଶ’ କୋର୍ଟକୁ ଜବାବ ଦେଉନଥିଲେ । ଏଭଳି ପରିସ୍ଥିତିରେ କୋର୍ଟ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି । ଅଦାଲତ ପକ୍ଷରୁ ଶ’ଙ୍କୁ ଜୁନ୍ ୧୩ ତାରିଖ ସୁଦ୍ଧା ଜବାବ ଦେବାକୁ କୁହାଯାଇଥିଲା । 

Prithvi Shaw

କନକ ବ୍ୟୁରୋ: ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ପୃଥ୍ୱୀ ଶ’ ତାଙ୍କ କ୍ରିକେଟ କ୍ୟାରଅର ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି । ପୃଥ୍ୱୀ ଶ’ଙ୍କୁ ଏବେ କୋର୍ଟରୁ ଝଟକା ଲାଗିଛି । ମୁମ୍ବାଇର ସେସନ୍ସ କୋର୍ଟ ତାଙ୍କୁ ଏକ ମାମଲାରେ ଜବାବ ଦାଖଲ ନକରିବା ମାମଲାରେ ୧୦୦ ଟଙ୍କା ଜରିମାନା କରିଛନ୍ତି । ୨୦୨୩ରେ ଫେବ୍ରୁଆରି ମାସରେ ପୃଥ୍ୱୀ ଶ’ଙ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର୍ ସପ୍‌ନା ଗିଲଙ୍କ ସହିତ ବିବାଦ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ମାମଲାରେ କୋର୍ଟରେ ହାଜର ନହେବାରୁ ଶ’ଙ୍କ ଉପରେ ଜରିମାନା ଲଗାଇଛନ୍ତି ।

୧୦୦ ଟଙ୍କା ଜରିମାନା ଦେବେ ପୃଥ୍ୱୀ ଶ'
ଯୁବତୀଙ୍କୁ ଦୁର୍ବ୍ୟବହାର ମାମଲାରେ ପୃଥ୍ୱୀ ଶ’ କୋର୍ଟକୁ ଜବାବ ଦେଉନଥିଲେ । ଏଭଳି ପରିସ୍ଥିତିରେ କୋର୍ଟ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି । ଅଦାଲତ ପକ୍ଷରୁ ଶ’ଙ୍କୁ ଜୁନ୍ ୧୩ ତାରିଖ ସୁଦ୍ଧା ଜବାବ ଦେବାକୁ କୁହାଯାଇଥିଲା । କିନ୍ତୁ ଏହି ଷ୍ଟାର ଖେଳାଳିଙ୍କ ପକ୍ଷରୁ କୌଣସି ଜବାବ ଦିଆଯାଇନଥିଲା । ଏହାପରେ କୋର୍ଟ ତାଙ୍କୁ ୧୦୦ ଟଙ୍କା ଜରିମାନା ତଣ୍ଡ ସହ ଜବାବ ଦାଖଲ କରିବାକୁ ସୁଯୋଗ ଦେଇଛନ୍ତି।

କ’ଣ ଥିଲା ବିବାଦ?
୨୦୨୩  ଫେବ୍ରୁଆରିରେ ମୁମ୍ବାଇର ଏକ ହୋଟେଲରେ ପୃଥ୍ୱୀ ଶ’ ଏବଂ ସପ୍‌ନା ଗିଲଙ୍କ ମଧ୍ୟରେ ବିବାଦ ହୋଇଥିଲା, ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୃଥ୍ୱୀ ଶ’ ଏବଂ ସପନାଙ୍କ ମଧ୍ୟରେ ସେଲ୍ଫିକୁ ନେଇ ବିବାଦ ହୋଇଥିଲା । ଏହି ଘଟଣା ପରେ ସପ୍‌ନା ଗିଲ ଏତଲା ଦାଖଲ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ସମୟରେ ପୁଲିସ ମାମଲା ରୁଜୁ କରିନଥିଲା । ଏହାପରେ ସପନା ଗିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୪ ବର୍ଷ ହେଲା ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି 
ପୃଥ୍ୱୀ ଶ’ ୪ ବର୍ଷ ହେଲା ଭାରତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି । ସେ ଭାରତ ପାଇଁ ୨୦୨୧ରେ ଶେଷ ମ୍ୟାଚ୍ ଖେଳିଥିଲେ। ଏହା ପରେ ସେ କ୍ରମାଗତ ଭାବେ ଭାରତୀୟ ଦଳକୁ ଫେରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୫ ପାଇଁ ମଧ୍ୟ କୌଣସି ଫ୍ରାଞ୍ଚାଇଜି କିଣିନଥିଲେ ।  ସେ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ପୃଥ୍ୱୀ ଶ’ ୫ଟି ଟେଷ୍ଟ ମ୍ୟାଚରେ ୩୩୯ ରନ୍ କରିଛନ୍ତି । ଏହା ବ୍ୟତୀତ ସେ ୬ଟି ଦିନିକିଆ ମ୍ୟାଚରେ ୩୧.୫୦ ହାରରେ ୧୮୯ ରନ୍ କରିଛନ୍ତି । ସେହିପରି ଗୋଟିଏ ଟି-୨୦ରେ ପୃଥ୍ୱୀ ଶ’ ଭାରତର ପ୍ରତିନିଧିତ୍ୱ କରିଛନ୍ତି । କିନ୍ତୁ ଏହି ଫର୍ମାଟ୍‌ରେ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳିନଥିଲା । ଆଇପିଏଲ୍ କ୍ୟାରିଅର୍ ବିଷୟରେ କହିବାକୁ ଗଲେ, ପୃଥ୍ୱୀ ଶ’ ବର୍ତ୍ତମାନ ସୁଦ୍ଧା ୭୯ଟି ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ସେ ୧୮୯୨ ରନ୍ କରିବା ସହ ୧୪ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe