କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଝାରପଡା ଜେଲ । ଜେଲ ଭିତରେ ଥାଇ ବି ଦାଦାଗିରି ଦେଖାଉଛନ୍ତି କଏଦୀ । ବଟି ମାଗୁଛନ୍ତି ଏକଥା ଅଭିଯୋଗ କଲେ, ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ ।
ଜେଲ ଭିତରୁ ଆସିଛି କଏଦୀଙ୍କ ସାଂଘାତିକ ଦୃଶ୍ୟ । ଏହି ଭିଡ଼ିଓ ଦେଖିଲେ ଲୋମ ଟାଙ୍କୁରୀ ଉଠିବ । ବିଚାରଧୀନ କଏଦୀଙ୍କ ଉତ୍ପାତ ଦେଖି ଲୋକ ଛାନିଆଁ । ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକପୂର୍ଣ୍ଣ ଭିଡ଼ିଓ ପଠାଇବା ସହ ବଟି ମାଗୁଛନ୍ତି କିଛି କଏଦୀ । ଟଙ୍କା ନଦେଲେ ହଣା ଖାଇବୁ ବୋଲି କହୁଛନ୍ତି । ଧମକକୁ ଡରି ଟଙ୍କା ବି ଦେଉଛନ୍ତି କିଛି ବ୍ୟବସାୟୀ, ଆଉ କିଛି ବ୍ୟବସାୟୀ ଏବେ ଭୁବନେଶ୍ୱର ଛାଡି ପଳାଇବାକୁ ଚାହୁଁଛନ୍ତି । କେବଳ ବ୍ୟବସାୟୀ ନୁହେଁ ସାକ୍ଷୀଙ୍କୁ ବି ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି, ହେଲେ ମିଡ଼ିଆରେ ମୁହଁ ଖୋଲିବାକୁ ସମସ୍ତଙ୍କ ଡ଼ର । କେହି କିଛି କହିବାକୁ ନାରାଜ । ଜେଲ ଭିତର ଭିଡ଼ିଓ ଦେଖିଲେ ଯେ କେହିବି ଡରିଯିବା ସ୍ୱାଭାବିକ କଥା।
ଏଠି ପ୍ରଶ୍ନ ଉଠୁଛି ଜେଲ ଭିତରକୁ ସ୍ମାର୍ଟ ଫୋନ କେମିତି ଆସିଲା? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ କରାଗଲା କେମିତି? ଏମିତି କେତେ ସ୍ମାର୍ଟ ଫୋନ ଜେଲ ଭିତରେ ରହିଛି, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ଓ କ୍ରାଇମ ସିଣ୍ଡିକେଟ ପଛର ମାଷ୍ଟର ମାଇଣ୍ଡ କିଏ? କାହିଁକି ବାରମ୍ବାର ତାଗିଦ ପରେ ବି ସୁଧୁରୁନି ଜେଲ ବ୍ୟବସ୍ଥା? କିନ୍ତୁ ଏହି ଭିଡ଼ିଓ ଝାରପଡ଼ା ଜେଲ ଭିତରର ବୋଲି ଜଣା ପଡ଼ିଥିବା ବେଳେ, ଏହାକୁ କେବେ ରେକର୍ଡ କରାଯାଇଛି, ତାହା ସ୍ପଷ୍ଟ ହୋଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/22/CHwMlIYhLyuBYFhsqyz0.jpg)