ଚୌଦ୍ବାର ଜେଲ୍‌ରୁ କଏଦୀ ଫେରାର ଘଟଣା ; ଗୁମର ଖୋଲିଲେ ଜେଲ୍ ଡିଆଇଜି

ଚୌଦ୍ବାର ଜେଲ୍‌ରୁ ୨ କୁଖ୍ୟାତ କଏଦୀ ଫେରାର ଘଟଣା । ଗୁମର ଖୋଲିଲେ ଜେଲ୍ ଡିଆଇଜି ଅନୁସୟା ଜେନା । କହିଲେ, ଡ୍ୟୁଟିରେ ଅବହେଳା କରିଥିଲେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ ଓ ଜେଲର ।

Chaudwar Jail

Photograph: (Kanak News)

କନକ ବ୍ୟୁରୋ :  ଚୌଦ୍ବାର ଜେଲ୍‌ରୁ ୨ କୁଖ୍ୟାତ କଏଦୀ ଫେରାର ଘଟଣା । ଗୁମର ଖୋଲିଲେ ଜେଲ୍ ଡିଆଇଜି ଅନୁସୟା ଜେନା । କହିଲେ, ଡ୍ୟୁଟିରେ ଅବହେଳା କରିଥିଲେ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ ଓ ଜେଲର । କେଉଁଠି ରହିଗଲା ତ୍ରୁଟି, କେମିତି କରାଯାଇଥିଲା ଡ୍ୟୁଟିରେ ଅବହେଳା , କନକ ନ୍ୟୁଜ୍ ଆଗରେ ବଖାଣିଛନ୍ତି । ଆଗକୁ ହୋଇପାରେ ବଡ଼ ଆକ୍ସନ୍ । ଚୌଦ୍ୱାର ଜେଲରେ ୧୯୮ଟି ସିସିଟିଭି ଭିତରୁ କିଛି ସିସିଟିଭି ଆଦୌ କାମ କରୁନାହିଁ । ଏନେଇ ଜେଲ୍ କର୍ତ୍ତୃପକ୍ଷ ନା ଅନ୍ୟ କେହି କେବେ ବି କାହାକୁ ରିପୋର୍ଟ କରିନଥିଲେ । 

ସେହିପରି ପ୍ରିଜନ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ ଅନୁଯାୟୀ ଜେଲ୍ ସୁପରିନ୍‌ଟେଣ୍ଡେଣ୍ଟ୍‌ ଏବଂ ଜେଲର ସିସିଟିଭି ତଦାରଖ କରିବା ନେଇ ବ୍ୟବସ୍ଥା ରହିଛି । ହେଲେ ସେମାନେ ବି ତଦାରଖ କରୁନଥିବା ସାମ୍ନାକୁ ଆସିଛି । ଫେରାର ଦୁଇ କଏଦୀଙ୍କୁ ଧରାଇଲେ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି , ତଥାପି ଏଯାଏଁ ପୁଲିସ ହାତ ଖାଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe