କନକ ବ୍ୟୁରୋ : ଚୌଦ୍ବାର ଜେଲ୍ରୁ ୨ କୁଖ୍ୟାତ କଏଦୀ ଫେରାର ଘଟଣା । ଗୁମର ଖୋଲିଲେ ଜେଲ୍ ଡିଆଇଜି ଅନୁସୟା ଜେନା । କହିଲେ, ଡ୍ୟୁଟିରେ ଅବହେଳା କରିଥିଲେ ଜେଲ୍ ସୁପରିନ୍ଟେଣ୍ଡେଣ୍ଟ ଓ ଜେଲର । କେଉଁଠି ରହିଗଲା ତ୍ରୁଟି, କେମିତି କରାଯାଇଥିଲା ଡ୍ୟୁଟିରେ ଅବହେଳା , କନକ ନ୍ୟୁଜ୍ ଆଗରେ ବଖାଣିଛନ୍ତି । ଆଗକୁ ହୋଇପାରେ ବଡ଼ ଆକ୍ସନ୍ । ଚୌଦ୍ୱାର ଜେଲରେ ୧୯୮ଟି ସିସିଟିଭି ଭିତରୁ କିଛି ସିସିଟିଭି ଆଦୌ କାମ କରୁନାହିଁ । ଏନେଇ ଜେଲ୍ କର୍ତ୍ତୃପକ୍ଷ ନା ଅନ୍ୟ କେହି କେବେ ବି କାହାକୁ ରିପୋର୍ଟ କରିନଥିଲେ ।
ସେହିପରି ପ୍ରିଜନ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ ଅନୁଯାୟୀ ଜେଲ୍ ସୁପରିନ୍ଟେଣ୍ଡେଣ୍ଟ୍ ଏବଂ ଜେଲର ସିସିଟିଭି ତଦାରଖ କରିବା ନେଇ ବ୍ୟବସ୍ଥା ରହିଛି । ହେଲେ ସେମାନେ ବି ତଦାରଖ କରୁନଥିବା ସାମ୍ନାକୁ ଆସିଛି । ଫେରାର ଦୁଇ କଏଦୀଙ୍କୁ ଧରାଇଲେ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି , ତଥାପି ଏଯାଏଁ ପୁଲିସ ହାତ ଖାଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/13/chaudwar-jail-2025-10-13-19-47-10.jpg)