ଜେଲ ଭିତରେ କଏଦୀ ରଖୁଛନ୍ତି ମୋବାଇଲ! ବେଧଡକ ଭାବରେ ଯାଉଛି ମାଦକ ଦ୍ରବ୍ୟ

Advertisment

ଜେଲ ଭିତରେ ରହି ଅପରାଧୀ ବାହାରେ ଅପରାଧ ଘଟାଉଥିବା କଥା ଆପଣମାନେ ଶୁଣିଥିବେ। ଜେଲ ଭିତରକୁ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଯିବା କଥା ଶୁଣିଥିବେ। ବିଭିନ୍ନ ସମୟରେ ଏହାର ପ୍ରମାଣ ବି ମିଳିଛି।

ଜେଲ ଭିତରେ ରହି ଅପରାଧୀ ବାହାରେ ଅପରାଧ ଘଟାଉଥିବା କଥା ଆପଣମାନେ ଶୁଣିଥିବେ। ଜେଲ ଭିତରକୁ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଯିବା କଥା ଶୁଣିଥିବେ। ବିଭିନ୍ନ ସମୟରେ ଏହାର ପ୍ରମାଣ ବି ମିଳିଛି।

dd

କନକ ବ୍ୟୁରୋ: ଜେଲ ଭିତରେ ରହି ଅପରାଧୀ ବାହାରେ ଅପରାଧ ଘଟାଉଥିବା କଥା ଆପଣମାନେ ଶୁଣିଥିବେ। ଜେଲ ଭିତରକୁ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଯିବା କଥା ଶୁଣିଥିବେ। ବିଭିନ୍ନ ସମୟରେ ଏହାର ପ୍ରମାଣ ବି ମିଳିଛି। କିନ୍ତୁ ଆପଣ ଜାଣି ନଥିବେ ଏତେ ବଡ ବଡ ପାଚେରୀ ଡେଇଁ , କଡା ସୁରକ୍ଷାରେ ଥିବା ଜେଲ ଭିତରକୁ ନିଶା ଦ୍ରବ୍ୟ, ମୋବାଇଲ ଯାଏ କେମିତି।

ଅନେକ ଦୁର୍ଦାନ୍ତ ଅପରାଧୀଙ୍କ ଠିକଣା ପାଲଟିଛି ବଲାଙ୍ଗୀର ଜେଲ। ଆଉ ଜେଲର ସେଲ ଭିତରେ ଅପରାଧୀଙ୍କ ଜୀବନ ବିତୁଛି। କିନ୍ତୁ ଜେଲ ଭିତରେ ରହି ବି ଅପରାଧୀମାନେ ବେଶ ଅୟସ ଆରାମରେ ଜୀବନ କାଟୁଛନ୍ତି। ସବୁ ସୁବିଧା ଥିବା ମୋବାଇଲ ବ୍ୟବହାର କରୁଛନ୍ତି। ନିଶା ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଜେଲରେ ଚଢ଼ାଉବେଳେ ମୋବାଇଲ ଓ ନିଶା ଦ୍ରବ୍ୟ ଜବତ ହେବା ପରେ ଏହା ସ୍ପଷ୍ଟ ହୋଇଛି। 

ଆପଣ ଭାବୁଥିବେ ଜେଲର ଏତେ ବଡ ବଡ ପାଚେରୀ, କଡା ସୁରକ୍ଷା ବଳୟ ଭେଦି ତା ଭିତରକୁ କେମିତି ଯାଉଛି ନିଶା ଦ୍ରବ୍ୟ। କିନ୍ତୁ ଜଣେ ଜେଲ ଫେରନ୍ତା ଜେଲ ଭିତରର ଯେଉଁ କାହାଣୀ କହିଛନ୍ତି ତାହା ଚକିତ କରିବା ଭଳି। ଜେଲ ଭିତରକୁ ଡ୍ରେନ୍ ବାଟ ଦେଇ ଆସିଥାଏ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ। ଡ୍ରେନ୍ ବାଟ ଦେଇ, ପଲିଥିନରେ ବାନ୍ଧି ସୂତାରେ ଟାଣି ଟାଣି ଭିତରୁ ବାହାରକୁ ଯାଇଥାଏ ଟଙ୍କା । ସେହିପରି ବାହାରୁ ଭିତରକୁ ଆସିଥାଏ ଗଞ୍ଜେଇ, ଭାଂଗ ସମେତ ବିଭିନ୍ନ ନିଶା ଦ୍ରବ୍ୟ। 

କେବଳ ଏତିକି ନୁହେଁ ବଡ ବଡ ଅପରାଧୀଙ୍କ ପାଇଁ ବାହାରୁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆସିଥାଏ। ବଡ କଥା ହେଉଛି ଜେଲ ଭିତରକୁ ମାଦକ ଦ୍ରବ୍ୟ ଆସିବା ପରେ କଏଦୀଙ୍କ ମଧ୍ୟରେ ତାକୁ ବିକ୍ରି ମଧ୍ୟ କରାଯାଇଥାଏ। 

ତେବେ ପ୍ରଶ୍ନ ଉଠୁଛି, ଜେଲ ଭିତରେ ଚାଲିଛି କଣ ? ଏହା ପଛରେ କାହାର ରହିଛି ହାତ? ଜେଲ କର୍ମଚାରୀ ଏଥିରେ ସମ୍ପୃକ୍ତ ନାହାନ୍ତି ତ?  ଏସବୁର ତଦନ୍ତ ହେବାର ଆବଶ୍ୟକତା ହୋଇଛି। ରାଜ୍ୟର ଅନ୍ୟ ଜେଲ ଗୁଡିକ ଉପରେ ବି ଚଢ଼ାଉ ହେଲେ,  ଭିତରର ଆହୁରି ସତ ସାମନାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe