କନକ ବ୍ୟୁରୋ : ସୋର ସବ୍‌ ଜେଲ୍‌ରୁ କଏଦୀ ଫେରାର୍ ଘଟଣା । ସୋର ସବ୍‌ ଜେଲ୍‌ ବୁଲିବା ପରେ ଆଜି ଜେଲ୍‌ ଡିଜିଙ୍କୁ ରିପୋର୍ଟ ପ୍ରଦାନ କରିବେ ଏଡିଜି ଅମିତାଭ ଠାକୁର । ଆଜି ରିପୋର୍ଟ, କାର୍ଯ୍ୟନୁଷ୍ଠାନ କେବେ ? ସୋର ସବ ଜେଲରୁ ଝାଡ଼ଖଣ୍ଡ କଏଦୀ ଚମ୍ପଟ ଘଟଣାରେ କେମିତି କଏଦୀ ହୋଇଥିଲେ ଫେରାର ତାର ପୂରା ରିପୋର୍ଟ ଆଜି ଡିଜିଙ୍କୁ ହସ୍ତାନ୍ତର କରାଯିବ ।

Advertisment

ସବ ଜେଲକୁ ଯାଇ ତଦନ୍ତ ସାରିଛନ୍ତି ଏଡିଜି ଅମିତାଭ ଠାକୁର । କଏଦୀ ଦୀପକ କୁମାର ରାୟ, ରହୁଥିବା ୱାର୍ଡରୁ ବାହାରିବା ଓ ଫେରାର ହେବାର ସବୁ ଫୁଟେଜକୁ ନେଇ ତନ ତନ କରି ଯାଞ୍ଚ କରାଯାଇଛି I ଫିମେଲ ୱାର୍ଡରେ ଭିତରେ ପସି ଫେରାର ହୋଇଥିବାରୁ, ତା ଭିତରର ଚିତ୍ର ନଥିବା ଜଣାପଡ଼ିଛି । ତେବେ ବରଗଛ ଧରି ଏହି ବିହାରୀ କଏଦୀ କେମିତି ଛୁ ମାରିଲା ସେନେଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଏଡିଜି । ଆଜି ଜେଲ ଡ଼ିଜିଙ୍କୁଏକ ଲିଖିତତଦନ୍ତ ରିପୋର୍ଟ ଦେବେ ଅମିତାଭ ।

ସେପଟେ ନିୟମିତ ବ୍ୟବଧାନରେ ଜେଲ୍‌କୁ ଅଚାନକ ପରିଦର୍ଶନରେ ଯିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଦିଆଗଲା ନିର୍ଦ୍ଦେଶ । ଜେଲ ବିଭାଗ ଡିଜି ସୁଶାନ୍ତ ନାଥ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଜେଲ୍‌ର କଏଦୀମାନେ ସୁସ୍ଥ ପରିବେଶରେ ରହିପାରିବେ । ଏଥିସହ ଜେଲ ପରିଚାଳନାରେ ସ୍ବଚ୍ଛତା ଏବଂ ଶୃଙ୍ଖଳା ବଜାୟ ରହିପାରିବ । ରାଜ୍ୟର ଜେଲ୍‌ମାନଙ୍କରେ କଏଦୀମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଛି । ଏନେଇ ଜାତୀୟ ମାନବାଧିକାର କମିସନ ରାଜ୍ୟ ମାନବାଧିକାର କମିସନଙ୍କୁ ଅବଗତ କରିବା ସହ ଉଦ୍‌ବେଗ ମଧ୍ୟ ପ୍ରକାଶ କରୁଛନ୍ତି । ଏହାକୁ ଆଧାର କରି ଜେଲ ଡିଜି ଚିଠି କରିଛନ୍ତି ।