କଏଦୀଙ୍କୁ ମାଡ଼ ଘଟଣା :ଝାରପଡ଼ା ଜେଲରେ ପହଞ୍ଚିଲେ ଏଡିଜି ଅମିତାଭ ଠାକୁର । ଘଟଣାରେ ସମୃକ୍ତଙ୍କୁ କରାଯିବ ଜେରା

Advertisment

ଝାରପଡ଼ା ଜେଲରେ ପହଁଚିଲେ ଏଡିଜି। କଏଦୀଙ୍କୁ ମାଡ଼ ଘଟଣାର ତଦନ୍ତ ପାଇଁ ଅମିତାଭ ଠାକୁର ଝାରପଡ଼ା ଜେଲ ଭିତରକୁ ଯାଇଛନ୍ତି।

Updated On

ଝାରପଡ଼ା ଜେଲରେ ପହଁଚିଲେ ଏଡିଜି। କଏଦୀଙ୍କୁ ମାଡ଼ ଘଟଣାର ତଦନ୍ତ ପାଇଁ ଅମିତାଭ ଠାକୁର ଝାରପଡ଼ା ଜେଲ ଭିତରକୁ ଯାଇଛନ୍ତି।

ଅଦ୍ୟତନ ହୋଇଛି
adg

କନକ ବ୍ୟୁରୋ: ଝାରପଡ଼ା ଜେଲରେ ପହଁଚିଲେ ଏଡିଜି। କଏଦୀଙ୍କୁ ମାଡ଼ ଘଟଣାର ତଦନ୍ତ ପାଇଁ ଅମିତାଭ ଠାକୁର ଝାରପଡ଼ା ଜେଲ ଭିତରକୁ ଯାଇଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଜେରା କରାଯିବ ସହ  ଜେଲର ଠାରୁ ସୁପରିଟେଣ୍ଡେଣ୍ଟ ପର୍ଯ୍ୟନ୍ତ ସମସ୍ତେ ହେବେ ଉତ୍ତରଦାୟୀ। ଆଜି ପ୍ରଥମେ ଜେଲ ଡିଆଇଜି ଏହାର ତଦନ୍ତ ପାଇଁ ଆସିଥିଲେ। ଏବେ ଏଡିଜି ତଦନ୍ତ ଆରମ୍ଭ କରିଛନ୍ତି। କଏଦୀଙ୍କୁ ମାଡ଼ ଘଟଣାରେ ଝାରପଡ଼ା ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଜେଲ ଡିଆଇଜି ଅନସୂୟା ଜେନା।

ଜେଲରେ କଏଦୀଙ୍କୁ ମାଡ଼ ମରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏଡିଜି ଅମିତାଭ ଠାକୁର। ଜେଲ ଭିତରେ କଏଦୀଙ୍କ ମୁଣ୍ଡ କେମିତି ଫାଟିଲା ,ଜେଲ ଦାୟିତ୍ବରେ କିଏ ଥିଲେ ,ଏହାସହ ଚିଠି ବାବଦରେ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲର ଭିତିରି କଥା ସମ୍ପର୍କରେ ଡିଏଲଏସଏକୁ ସୂଚନା ଦେବା ଘଟଣାରେ କଏଦୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ। ଜେଲର ୪ କାନ୍ଥ ଭିତରେ ମାଡ ମାରି କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ। ଝାରପଡ଼ା ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି କଏଦୀ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe