ଝାରପଡା ଜେଲରେ କଏଦୀଙ୍କୁ ମାଡ଼ ଘଟଣା; ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଆଇଜିଙ୍କୁ ନିର୍ଦ୍ଦେଶ

Advertisment

ଝାରପଡା ଜେଲରେ କଏଦୀଙ୍କୁ ମାଡ଼ ଘଟଣା; ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଆଇଜିଙ୍କୁ ନିର୍ଦ୍ଦେଶ । ଜେଲର ଭିତିରି କଥା ଡିଏଲଏସଏକୁ ଜଣାଇବାରୁ କଏଦୀର ମୁଣ୍ଡ ଫଟାଇ ଦେଲା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ।

ଝାରପଡା ଜେଲରେ କଏଦୀଙ୍କୁ ମାଡ଼ ଘଟଣା; ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଆଇଜିଙ୍କୁ ନିର୍ଦ୍ଦେଶ । ଜେଲର ଭିତିରି କଥା ଡିଏଲଏସଏକୁ ଜଣାଇବାରୁ କଏଦୀର ମୁଣ୍ଡ ଫଟାଇ ଦେଲା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ।

jial

କନକ ବ୍ୟୁରୋ: ଝାରପଡ଼ା ଜେଲରେ କଏଦୀଙ୍କୁ ମାଡ଼ ମରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି ଅମିତାଭ ଠାକୁର। ଘଟଣାର ତଦନ୍ତ କରିବେ ଜେଲ ବିଭାଗ ଡିଆଇଜି ଅନସୂୟା ଜେନା। 

ଜେଲ ଭିତରେ କଏଦୀଙ୍କ ମୁଣ୍ଡ କେମିତି ଫାଟିଲା। ଜେଲ ଦାୟିତ୍ୱରେ କିଏ ଥିଲେ। ଏହାସହ ଚିଠି ବାବଦରେ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲର ଭିତିରି କଥା ସମ୍ପର୍କରେ ଡିଏଲଏସଏକୁ ସୂଚନା ଦେବା ଘଟଣାରେ କଏଦୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ। ଜେଲର ୪ କାନ୍ଥ ଭିତରେ ମାଡ ମାରି କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ। ଝାରପଡ଼ା ଜେଲ ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି କଏଦୀ । 

ଏନେଇ ସୂଚନା ମିଳିବା ପରେ କୌଣସି ସୂଚନା ନଦେଇ ଅତର୍କିତ ଝାରପଡ଼ା ଜେଲରେ ଚଢାଉ କରିଥିଲେ ଡିଏଲଏସଏ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ। ଏହି ସମୟରେ ଜଣେ କଏଦୀଙ୍କ ସେଲରୁ ମୋବାଇଲ ଫୋନ ଜବତ ହୋଇଥିଲା । ଚଢାଉ ସମୟରେ ଜେଲର କର୍ମଚାରୀଙ୍କ ବିରୋଧରେ ସାଂଘାତିକ  ଅଭିଯୋଗ ଆଣିଥିଲେ କଏଦୀ । ଟଙ୍କା ଦେଲେ ଜେଲରେ ମୋବାଇଲଠୁ ଆରମ୍ଭ କରି ନିଶା ଦ୍ରବ୍ୟ ଯାଏଁ ମିଳୁଥିବା ଅଭିଯୋଗ କରିଛନ୍ତି । ଝାରପଡା ଜେଲରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟାର ଓ ଦୁର୍ଦ୍ଦାନ୍ତ ଅପରାଧୀ ଥିବାରୁ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe