କନକ ବ୍ୟୁରୋ: ନକ୍ସଲ ମାମଲାରେ ଜେଲ୍ରେ ଥିବା କଏଦୀ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଛତିଶଗଡ଼ କାଙ୍କେର ଜିଲ୍ଲା କାରାଗାରରେ ଏହା ଦେଖିବାକୁ ମିଳିଛି । ପରୀକ୍ଷା ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜେଲରୁ ବାହାରକୁ ଯାଇ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ।
ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ କଏଦୀ ମାନଙ୍କୁ ଏହି ପରୀକ୍ଷା ଦେବାର ସୁଯୋଗ ଦେଇଆସୁଛି । ଜେଲ୍ରେ ନକ୍ସଲ ମାମଲାରେ ବନ୍ଦୀ ଥିବା ୨୨ ଜଣ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ ମାଗଣାରେ ପୁସ୍ତକ ଯୋଗାଇ ଦିଆଯାଇଥାଏ। କଏଦୀ ମାନେ ଭଲ ନମ୍ବର ରଖି ପାସ୍ ମଧ୍ୟ କରୁଛନ୍ତି ।