କନକ ବ୍ୟୁରୋ: ବାଲେଶ୍ବର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମାହୂତି ଘଟଣାରେ ଉଚ୍ଚ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ବିଭାଗୀୟ ଏଚଓଡି ସମୀର ସାହୁଙ୍କୁ ନିଲମ୍ବନ କରାଯିବା ସହ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ ଗିରଫ କରିଛି ପୁଲିସ ।

Advertisment

ପୀଡ଼ିତା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଆତ୍ମାହୂତି ଯୋଗୁଁ ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କହିଛନ୍ତି ଡାକ୍ତର । ତେବେ ଛାତ୍ରୀଙ୍କୁ ଭେଟିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏମ୍ସ  ଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଛାତ୍ରୀ ଜଣକ ଏଫଏମରେ ଇଣ୍ଟିଗ୍ରେଟେଡ୍ ବିଏଡ୍ କରୁଥିଲେ । କୌଣସି ପ୍ରସଙ୍ଗକୁ ନେଇ ଅଧ୍ୟାପକ ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ । ଏନେଇ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷଙ୍କୁ ବାରମ୍ବାର ଜଣାଇବା ପରେ ବି କିଛି ଲାଭ ହେଲାନାହିଁ ।ଫଳରେ ଆଜି କଲେଜ ଫାଟକ ପାଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଛାତ୍ରୀ ।ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଦେହର ୯୦ ପ୍ରତିଶତ ପୋଡ଼ିଯାଇଥିଲା । ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା ।ସେଠାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।