କନକ ବ୍ୟୁରୋ: ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ପ୍ରଧାନମନ୍ତ୍ରୀ ଉଦବୋଧନରେ କହିଛନ୍ତି ଦେଶ ତୀବ୍ର ଗତିରେ ଆଗକୁ ବଢୁଛି । ଭାରତ ଖୁବଶୀଘ୍ର ତୃତୀୟ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ବିବିଧତାରେ ଏକତାର ଦେଶର ବିଶେଷତ୍ବ ହେଉଛି ଭାରତ । ସେହିପରି ବିରୋଧିଙ୍କୁ ସିଧା ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିତର୍କରେ ଭାଗ ନେଇ ଏମରଜେନ୍ସି କୁ ନେଇ ବିରୋଧିଙ୍କୁ ବାର୍ କରିଛନ୍ତି ମୋଦୀ ।
ପଣ୍ଡିତ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଏମରଜେନ୍ସିକୁ ନେଇ ହମଲା କରିଥିଲେ । ସମ୍ବିଧାନ ବିତର୍କରେ ଭାଗ ନେଲେ ପ୍ରଧାନମନ୍ତ୍ରୀ କହିଥିଲେ, ୭୫ ବର୍ଷର ଉପଲବ୍ଧି ଅସାଧାରଣ । ଭାରତର ଲୋକତନ୍ତ୍ର ବହୁତ ସମୃଦ୍ଧ । ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ପ୍ରେରଣା । ଭାରତ ଲୋକତନ୍ତ୍ରର ଜନନୀ ।