କନକବ୍ୟୁରୋ : ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆଖି । ଦୁଇ ଦିନରେ ଦୁଇଜଣ ପ୍ରମୁଖ ସଚିବଙ୍କ ଓଡ଼ିଶା ଗସ୍ତକୁ ନେଇ ବଢିଲା ଚର୍ଚ୍ଚା । ଗତ ରାତିରେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ । ଆଉ ଆଜି ଆସିବେ ପିଏମ୍ଓର ଅନ୍ୟତମ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ।
ଶକ୍ତିକାନ୍ତ ଦାସ ଆସନ୍ତାକାଲି କେନ୍ଦୁଝର ଘଟଗାଁ ଯାଇ ମା’ ତାରିଣୀଙ୍କ ଦର୍ଶନ କରିବେ । ତାଙ୍କ ପାଇଁ ୱାଇ ପ୍ଲସ୍ ସୁରକ୍ଷା କରାଯାଇଛି । ସେହିପରି ଆଜି ଅପରାହ୍ନରେ ଆସି ପହଞ୍ଚିବେ ପିଏମ୍ଓ ପ୍ରମୁଖ ସଚିବ ପି.କେ. ମିଶ୍ର । ଆଜି ଦିନ ୨ଟା ୧୦ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ଯିବେ ।
ସମ୍ବଲପୁରରେ ଆଇଆଇଏମ୍ର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପି.କେ. ମିଶ୍ର । ଆସନ୍ତାକାଲି ପର୍ଯ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ । ଦୁଇଦିନରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ହେଉଛି , ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ଫୋକସ୍ ରହିଛି ।