ସେବା ତୀର୍ଥ‌ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଉଥ ବ୍ଲକରେ ଆଜି ପ୍ରଧାନମନ୍ତ୍ରୀଙ୍କ ଶେଷ କ୍ୟାବିନେଟ୍‌ ବୈଠକ

Advertisment

ସେବା ତୀର୍ଥ‌ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅପରାହ୍ଣ ୧ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଏହି ନୂଆ କାର୍ଯ୍ୟାଳୟଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ।

ସେବା ତୀର୍ଥ‌ରୁ ଚାଲିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅପରାହ୍ଣ ୧ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଏହି ନୂଆ କାର୍ଯ୍ୟାଳୟଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ।

Prime Ministers Office

Prime Ministers Office Photograph: (Google)

କନକ ବ୍ୟୁରୋ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ‘ସେବା ତୀର୍ଥ’ ଏବଂ କେନ୍ଦ୍ରୀୟ ସଚିବାଳୟ କୋଠା, କର୍ତ୍ତବ୍ୟ ଭବନ ୧ ଏବଂ ୨ ଉଦଘାଟନ କରିବେ । ଅପରାହ୍ଣ ୧ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଏହି ନୂଆ କାର୍ଯ୍ୟାଳୟଗୁଡ଼ିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ସନ୍ଧ୍ୟାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏଠାରେ ସମ୍ବୋଧନ କରିବେ । ଏହି ସବୁ କୋଠା ‌ସେଣ୍ଟ୍ରାଲ ଭିଷ୍ଟା ଯୋଜନାର ଅଂଶବିଶେଷ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସାଉଥ୍ ବ୍ଲକରେ କେନ୍ଦ୍ର କ୍ୟାବିନେଟର ଶେଷ ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିବେ। ବ୍ରିଟିଶ ସମୟର ଏହି ଐତିହାସିକ କୋଠାରେ ଦେଶ ସ୍ବାଧୀନ ହେବା ପରେ ବଡ଼ ବଡ଼ ନିଷ୍ପତ୍ତି ନିଆଯାଉଥିଲା । ଶୁକ୍ରବାର ଅପରାହ୍ଣ ୪ଟାରେ ସାଉଥ ବ୍ଲକରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ବୈଠକ ଶେଷ ହେବା ପରେ ପିଏମ୍‌ଓ ତୁରନ୍ତ ‘ସେବା ତୀର୍ଥ’କୁ ସ୍ଥାନାନ୍ତରିତ ହୋଇଯିବ । ଏହା ଏକ ଯୁଗ ଅନ୍ତ ଘଟାଇବ। ଉଭୟ ନର୍ଥ ଓ ସାଉଥ୍‌ ବ୍ଲକକୁ ସମ୍ପୂର୍ଣ୍ଣ ଖାଲି କରାଯିବ। ସାଉଥ ବକ୍ଲରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ରହିଛି। ନର୍ଥ ବ୍ଲକରେ ଗୃହ ଓ ଅର୍ଥ ମନ୍ତ୍ରଣାଳୟ ରହିଛି ।

ଅଧିକ ପଢନ୍ତୁ:  ମୋଦୀଙ୍କ ଦାକ୍ଷିଣାତ୍ୟ ଅଭିଯାନ : କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତ ସରକାର ଏହାକୁ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ନର୍ଥ ଓ ସାଉଥ୍‌ ବ୍ଲକରେ ପ୍ରଥମେ ବ୍ରିଟିଶ ସରକାରଙ୍କ କାର୍ଯ୍ୟାଳୟ ରହିଥିଲା । ସ୍ବାଧୀନତା ପରେ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏଠାରୁ ଚାଲିଥିଲା । ନର୍ଥ ଓ ସାଉଥ ବ୍ଲକର ଡିଜାଇନ୍‌ ହର୍ବର୍ଟ ବେକର କରିଥିଲେ। ସେ ସ୍ଥପତି ଏଡୱିନ୍ ଲୁଟିୟନ୍ସଙ୍କ ସମସାମୟିକ ଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୂଆ କରି ନିର୍ମିତ ହୋଇଥିବା ‘ସେବା ତୀର୍ଥ’ କମ୍ପ୍ଲେକ୍ସକୁ ଉଠିଯିବ। ସେବାତୀର୍ଥରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍‌ ସଚିବାଳୟ ରହିବ । ଏହି ଦୁଇ କାର୍ଯ୍ୟାଳୟ ପୂର୍ବରୁ ଅନ୍ୟ ଆଡ଼େ ରହିଥିଲା । ସେବା ତୀର୍ଥରେ ଡିଜିଟାଲ୍ ଭାବରେ ସଂଯୁକ୍ତ କାର୍ଯ୍ୟାଳୟ, ଜନସମ୍ପର୍କ କ୍ଷେତ୍ର ଏବଂ କେନ୍ଦ୍ରୀୟ ଅଭ୍ୟର୍ଥନା ସୁବିଧା ରହିଛି । ଏହି କୋଠାଟି ପରିବେଶ ଅନୁକୂଳ ଏବଂ କର୍ମଚାରୀଙ୍କ କଲ୍ୟାଣକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି । ‘ସେବା ତୀର୍ଥ’ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ଉନ୍ନତ କରିବା ସହିତ ପ୍ରଶାସନକୁ ଅଧିକ ଦକ୍ଷ, ସୁଗମ ଏବଂ ସ୍ୱଚ୍ଛ କରିବ। ପିଏମଓ କହିଛି ଯେ, ଏହା ଆଧୁନିକ ଏବଂ ଲୋକକୈନ୍ଦ୍ରିକ ଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe