କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ଦେଶର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ଦିଲ୍ଲୀ-ପଞ୍ଜାବ ସମେତ କିଛି ରାଜ୍ୟରେ ବନ୍ୟା ବିଭୀଷିକା ଯୋଗୁ ହନ୍ତସନ୍ତ ଲୋକେ । ଏହି ଭୟଙ୍କର ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ରୀୟ ରିଲିଫ୍ ପାଣ୍ଠି ଯୋଗାଇ ଦେବାକୁ ପ୍ରଭାବିତ ରାଜ୍ୟଗୁଡ଼ିକ ଦାବି କରିଛନ୍ତି । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ଗସ୍ତ କରିବେ ଏବଂ ସ୍ଥିତିର ସମୀକ୍ଷା କରିବେ । ଉତ୍ତର ଭାରତର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାସ୍ତାଘାଟ ଓ ଧନଜୀବନର ବ୍ୟାପକ କ୍ଷତି ହୋଇଛି । ବିଶେଷକରି ଦିଲ୍ଲୀ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏପରିକି ଗତ ଦୁଇ ଦିନ ମଧ୍ୟରେ ଭୂସ୍ଖଳନ, ବର୍ଷା, ବନ୍ୟା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଛି । ଉତ୍ତର ଭାରତର ଏହି ସବୁ ରାଜ୍ୟ ଦଶନ୍ଧି ପରେ ସବୁଠାରୁ ଭୟଙ୍କର ମୌସୁମୀଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭୂସ୍ଖଳନ ଯୋଗୁଁ ଅନେକ ରାସ୍ତା ବନ୍ଦ ହୋଇଯାଇଛି । ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି । ଫସଲ ନଷ୍ଟ ସହ ପ୍ରଭାବିତ ଅଞ୍ଚଳରେ ହଜାର ହଜାର ଲୋକ ଫସି ରହିଛନ୍ତି । ଏସବୁ ସ୍ଥିତିରେ ସୁଧାର ଆସିବା ପାଇଁ କିଛି ଦିନ ସମୟ ଲାଗିପାରେ ।
ଲଗାତାର ବର୍ଷାରେ ବେହାଲ ଉତ୍ତର ଭାରତ : ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ-ପଞ୍ଜାବ ସମେତ କିଛି ରାଜ୍ୟରେ ବନ୍ୟା ବିଭୀଷିକା ଯୋଗୁ ହନ୍ତସନ୍ତ ଲୋକେ । ଏହି ଭୟଙ୍କର ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ରୀୟ ରିଲିଫ୍ ପାଣ୍ଠି ଯୋଗାଇ ଦେବାକୁ ପ୍ରଭାବିତ ରାଜ୍ୟଗୁଡ଼ିକ ଦାବି କରିଛନ୍ତି ।
/kanak/media/media_files/2025/09/06/modi-2025-09-06-09-03-23.jpg)