କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଉଡ଼ାଣ ଭରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଏୟାର ଇଣ୍ଡିଆର ବିମାନ ସ୍ଥାନୀୟ ଏକ ଡାକ୍ତରୀ ଛାତ୍ରଙ୍କ ହଷ୍ଟେଲ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ । ସେତେବେଳେ ଆକାଶରେ କେବଳ କଳା ଧୂଆଁର ବାଦଲ ଦେଖିବାକୁ ମିଳିଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ଚିହ୍ନଟ କରିବା ମୁସ୍କିଲ ହେଉଥିବା ନେଇ ସୂଚନା ମିଳୁଛି । ଏଣୁ ଯେଉଁମାନଙ୍କ ସମ୍ପର୍କୀୟ ବିମାନରେ ଯାତ୍ରା କରୁଥିଲେ ସେମାନଙ୍କ ସମ୍ପର୍କୀୟଙ୍କୁ ଡିଏନ୍ଏ ନମୁନା ଦେବାକୁ କୁହାଯାଇଛି । ସେପଟେ ଏହି ଘଟଣାକୁ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ଅହମ୍ମଦାବାଦ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଅହମ୍ମଦାବାଦରେ ଦୁଃଖଦ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ଭାବରେ ମର୍ମାହତ । ଏହା ଏକ ହୃଦୟ ବିଦାରକ ଘଟଣା । ଏହି ଦୁଃଖର ମୁହୂର୍ତ୍ତରେ ମୁଁ ଦେଶବାସୀଙ୍କ ସହ ଛିଡ଼ା ହୋଇଛି ।"
I am deeply distressed to learn about the tragic plane crash in Ahmedabad. It is a heart-rending disaster. My thoughts and prayers are with the affected people. The nation stands with them in this hour of indescribable grief.
— President of India (@rashtrapatibhvn) June 12, 2025
ସେପଟେ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, " ଅହମଦାବାଦ ବିମାନ ଦୁର୍ଘଟଣା ଖବର ଶୁଣି ମୁଁ ସ୍ତବ୍ଧ ଏବଂ ଦୁଃଖିତ । ଏହା ଏକ ହୃଦୟ ବିଦାରକ ଘଟଣା । ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କୁ ଓ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।"
The tragedy in Ahmedabad has stunned and saddened us. It is heartbreaking beyond words. In this sad hour, my thoughts are with everyone affected by it. Have been in touch with Ministers and authorities who are working to assist those affected.
— Narendra Modi (@narendramodi) June 12, 2025
ଅହମ୍ମଦାବାଦ ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ଦୁର୍ଘଟଣାରେ କ୍ଷୟକ୍ଷତିର ଶିକାର ହୋଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ବିଜେ ମେଡିକାଲ କଲେଜ ଛାତ୍ରଛାତ୍ରୀ ଓ ସିଭିଲ ହସ୍ପିଟାଲରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମବେଦନା ଜଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, "ଏଭଳି ଏକ କଠିନ ସମୟରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ଆମେ ସମବେଦନା ଜଣାଉଛୁ । ଏଭଳି ସମୟର ମୁକାବିଲା କରିବା ପାଇଁ ସେମାନଙ୍କ ଶକ୍ତି ମିଳୁ ।
ସେପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅହମ୍ମଦାବାଦ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସ ହ୍ୟାଣ୍ଡେଲ୍ରେ ଲେଖିଛନ୍ତି, " ଏୟାର ଇଣ୍ଡିଆର ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ । ଏହି କଠିନ ସମୟରେ ସମସ୍ତ ଯାତ୍ରୀ, କ୍ର୍ୟୁ ସଦସ୍ୟ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।"
I am deeply saddened by the tragic incident involving the Air India Ahmedabad–London flight. My thoughts and prayers are with all the passengers, crew members, and their families during this difficult time. I earnestly pray to Lord Shri Jagannath for the safety and swift recovery…
— Mohan Charan Majhi (@MohanMOdisha) June 12, 2025