ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ସୋ’। ଆମେରିକାରେ ଥିବା ସମସ୍ତ ଭାରତୀୟ ଜଣେ ଜଣେ ବ୍ରାଣ୍ଡ ଆମ୍ବାସଡାର କହିଲେ ମୋଦୀ

Advertisment

ଆମେରିକାରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ କରିଛନ୍ତି ସମ୍ବୋଧିତ । ଏହି ଅବସରରେ  ‘ଏଆଇ’ ବା କୃତ୍ରିମ ବୁଦ୍ଧିମତାକୁ ଏକ ନୂଆ ଅର୍ଥ ଦେଇଛନ୍ତି ମୋଦୀ ।

ଆମେରିକାରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ କରିଛନ୍ତି ସମ୍ବୋଧିତ । ଏହି ଅବସରରେ  ‘ଏଆଇ’ ବା କୃତ୍ରିମ ବୁଦ୍ଧିମତାକୁ ଏକ ନୂଆ ଅର୍ଥ ଦେଇଛନ୍ତି ମୋଦୀ ।

2^

କନକ ବ୍ୟୁରୋ : ଆମେରିକାରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ କରିଛନ୍ତି ସମ୍ବୋଧିତ । ଏହି ଅବସରରେ  ‘ଏଆଇ’ ବା କୃତ୍ରିମ ବୁଦ୍ଧିମତାକୁ ଏକ ନୂଆ ଅର୍ଥ ଦେଇଛନ୍ତି ମୋଦୀ । ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦୀ ଆଣ୍ଡ ୟୁଏସ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ ଏବଂ ଏହି ଭାବନା ହିଁ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି। ‘ନାସାଉ କୋଲିଜିୟମ୍‌’ରେ ଅନୁଷ୍ଠିତ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ଭାରତ ମାତା କୀ ଜୟ’ରୁ ଅଭିଭାଷଣ ଆରମ୍ଭ କରିବା ସହ ‘ନମସ୍ତେ’ ଶବ୍ଦ ଏବେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ବୋଲି କହିଥିଲେ। ପ୍ରବାସୀ ଭାରତୀୟମାନେ ଭାରତକୁ ଆମେରିକା ଓ ଆମେରିକାକୁ ଭାରତ ସହ ଯୋଡ଼ିଛନ୍ତି। ଆପଣଙ୍କ ଦକ୍ଷତା, ପ୍ରତିଭା ଏବଂ ପ୍ରତିବଦ୍ଧତାର କୌଣସି ସୀମା ନାହିଁ ଏବଂ ଏହା ଭାରତ-ଆମେରିକା ସଂପର୍କକୁ ନୂଆ ଶିଖରରେ ପହଞ୍ଚାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନେ ବଳିଦାନ ଦିଅନ୍ତି ସେମାନେ ହିଁ ଭୋଗ କରିପାରିବେ, ଅନ୍ୟର ଭଲ ପାଇଁ ଆମେ ତ୍ୟାଗ କରି ସୁଖ ପାଇଥାଉ। ଆମେ ଯେଉଁ ଦେଶରେ ରହିଲେ ବି ଏହି ଭାବନା ବଦଳିନଥାଏ। ସେ କହିଥିଲେ ଯେ ଆମେ ଯେଉଁ ସମାଜରେ ରହୁଛୁ ସେଥିରେ ଆମର ଅଧିକ ଅବଦାନ ରହିଛି। ଏବେ ଆମେରିକା ଭାରତ ଏକ ଆତ୍ମା ଭଳି କାମ କରୁଛନ୍ତି ଏବଂ ଏହି ‘ଏଆଇ’ ସ୍ପିରିଟ୍ ଆମ ସମ୍ପର୍କକୁ ନୂଆ ଉଚ୍ଚତା ଦେଇଛି। ଏଥିପାଇଁ ମୁଁ ଭାରତୀୟ ସମୁଦାୟକୁ ପ୍ରଣାମ କରୁଛି।

ଆମେରିକାରେ ମୋଦୀଙ୍କ ସମ୍ବୋଧନ
ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ମୋଦୀଙ୍କ ସମ୍ବୋଧନ
୧୫ ହଜାରରୁ ଅଧିକ ଭାରତୀୟ ହୋଇଥିଲେ ସାମିଲ
ଭାରତ-ଆମେରିକା ସମ୍ପର୍କ ଉପରେ କହିଲେ ମୋଦୀ
ଭାରତ-ଆମେରିକା ସମ୍ପର୍କ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି
ନମସ୍ତେ’ ଶବ୍ଦ ଏବେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ହୋଇପାରିଛି
ଆମେରିକା ଭାରତ ଏକ ଆତ୍ମା ଭଳି କାମ କରୁଛନ୍ତି 
‘ଏଆଇ’ ସ୍ପିରିଟ୍ ଆମ ସମ୍ପର୍କକୁ ନୂଆ ଉଚ୍ଚତା ଦେଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe