ଭୂଟାନରୁ ଫେରିବା ପରେ ସିଧା LNJP ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ : ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଲେ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ । ନଭେମ୍ବର ୧୨ ତାରିଖରେ ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ

narendra modi

Photograph: (kanaknews)

କନକ ବ୍ୟୁରୋ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ଧରି ଭୁଟାନ ଗସ୍ତରେ ଥିଲେ। ନଭେମ୍ବର ୧୨ ତାରିଖରେ ଭୁଟାନରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଦିଲ୍ଲୀ କାର ବୋମା ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି । 

ଅଧିକ ପଢନ୍ତୁ...  Delhi Blast : ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍!

ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନରେ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଭାବରେ କହିଥିଲେ ଯେ, ଦିଲ୍ଲୀ କାର ବିସ୍ଫୋରଣ ମାମଲାରେ କୌଣସି ଷଡଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
LNJP ହସ୍ପିଟାଲରେ ଆହତମାନଙ୍କୁ ଭେଟିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଆଶ୍ୱସ୍ତ କରିଥିଲେ ଏବଂ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। ସେ ଡାକ୍ତରଙ୍କ ଦଳ ସହିତ ମଧ୍ୟ ସାକ୍ଷାତ କରିଛନ୍ତି ।

ସୂଚନାଯୋଗ୍ୟ ଦିଲ୍ଲୀ ବିସ୍ଫୋରଣ ଓଡ଼ିଶା ଲିଙ୍କ୍ ! ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି । ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ ରହିଛି ବୋଲି କୁହାଯାଉଛି । 

delhi 1
Photograph: (kanaknews)

ଅନ୍ୟପଟେ ବି ଦିଲ୍ଲୀ ବିସ୍ଫୋରଣର ଆଉ ଏକ ଲୋମଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି। ସନ୍ଧ୍ୟାର ଭିଡ଼ ଟ୍ରାଫିକ୍, ଧୀରେ ଧୀରେ ଗାଡ଼ି ଯାଉଥିବାବେଳେ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ବେଳର ଆଉ ଏକ ସିସିଟିଭି ଦୃଶ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଲାଲ କିଲ୍ଲା ମେଟ୍ରୋ ନିକଟର ବୋଲି ଜଣାପଡ଼ିଛି । ଯେଉଁଠି ଟ୍ରାଫିକ୍‌ରେ ଏକାଧିକ କାର ଧୀରେ ଧୀରେ ଆଗକୁ ବଢୁଥିବାବେଳେ ହଠାତ୍ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି ।  

narendra modi
Photograph: (kanaknews)

ଏହି ବିସ୍ଫୋରଣ ଫରିଦାବାଦରେ ୨,୯୦୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ ହେବାର ମାତ୍ର କିଛି ଘଣ୍ଟା ପରେ ଘଟିଛି । ସେପଟେ ବିସ୍ଫୋରଣ ହୋଇଥିବା ଧଳା ହ୍ୟୁଣ୍ଡାଇ କାର୍‌ ସହ ଆତଙ୍କୀ ଉମର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲୁ ଥିବାର ଦେଖିବାକୁ ମିଳିଛି। ବିସ୍ଫୋରଣର କିଛି ଦିନ ପୂର୍ବରୁ ଦିଲ୍ଲୀ କନୌଟ ପ୍ଲେସ୍, ମୟୁର ବିହାର ଅଞ୍ଚଳରେ ବୁଲୁଥିବାର ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତଗତ ହୋଇଛି। ସେପଟେ ଦିଲ୍ଲୀ ବିସ୍ଫୋରଣ ଏବଂ ହ୍ବାଇଟ୍ କଲାର ଟେରର ମଡ୍ୟୁଲ୍ ସଂକ୍ରାନ୍ତରେ ଆଜି ଅପରାହ୍ଣରେ ବସୁଛି ବଡ଼ ବୈଠକ ।


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe