Modi America Visit Photograph: (kanak news)
କନକ ବ୍ୟୁରୋ: ଆମେରିକାରେ ନୂଆ ସରକାର ହେବା ପରେ ପୁରା ବିଶ୍ବର ଏବେ ଆମେରିକା ଉପରେ ନଜର ରହିଛି । ଖାସ କରି ଟ୍ରମ୍ପ କେଉଁ କେଉଁ ଦେଶ ସହ ବନ୍ଧୁତା ସ୍ଥାପନ କରୁଛନ୍ତି ତାହା ଉପରେ ନଜର । ପୂର୍ବରୁ ବି ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ଆମେରିକା ଗସ୍ତରେ ଯାଇଥିଲେ ମୋଦି, ଟ୍ରମ୍ପ ବି ଭାରତ ଆସିଥିଲେ । ଉଭୟ ଦେଶର ମୁଖ୍ୟଙ୍କ ସମ୍ପର୍କ କେମିତି ପୁରା ବିଶ୍ବ ଦେଖିଥିଲା । ସେଇଥି ଲାଗି ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ଏଥର ଭାରତୀୟ ବ୍ୟାଣ୍ଡ ବି ବାଜିଥିଲା । ଆଉ ଏବେ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ପୁଣି ଥରେ ମୋଦି ଆମେରିକା ଗସ୍ତରେ ଯାଉଥିବା ଖବର ଟ୍ରମ୍ପ ଦେବା ପରେ ଚର୍ଚ୍ଚା ହେବା ସ୍ବାଭାବିକ ।
ଫେବୃଆରୀରେ ଆମେରିକା ଗସ୍ତରେ ଯିବେ ମୋଦି
ହ୍ବାଇଟ୍ ହାଉସ୍ରେ ମୋଦି-ଟ୍ରମ୍ପ ଆଲୋଚନା
ଟ୍ବିଟ୍ କରି ସୂଚନା ଦେଲେ ଡୋନାଲ୍ଡ
ଭାରତ ଆମେରିକା ଭାଇଭାଇ
ଟ୍ରମ୍ପ କହିଲେ, ମୋଦି ନିଶ୍ଚିତ ଆସିବେ
ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ସୋମବାର ମୋର ମୋଦିଙ୍କ ସହ ଅନେକ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ମୋଦିଙ୍କ ସହ ୱାନ ଟୁ ୱାନ ଆଲୋଚନା ହେବ । ଫେବୃଆରୀରେ ମୋଦି ହ୍ବାଇଟ୍ ହାଉସ୍ ଗସ୍ତରେ ଆସିବେ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ନଭେମ୍ବର ୭ ତାରିଖରେ ଟ୍ରମ୍ପ ବିଜୟୀ ହେବା ପରେ ମୋଦି ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ । ଆଉ ଟ୍ରମ୍ପ ଧନ୍ୟବାଦ ଜଣାଇବା ସହିତ ଆପଣଙ୍କୁ ପୁରା ଦୁନିଆ ଭଲପାଉଥିବା କହିଥିଲେ ।
ଟ୍ରମ୍ପ କହିଲେ ମୋର ଅତି ପ୍ରିୟ ଭାରତ
ବନ୍ଧୁତାରେ ଭାରତ ଉପରେ ସହଜରେ ବିଶ୍ବାସ କରିହୁଏ
ଭାରତ ସମ୍ପର୍କରେ ବୟାନ ଦେଇ ଟ୍ରମ୍ପ କହିଥିଲେ, ଭାରତ ଓ ମୋଦି ମୋର ଭଲ ବନ୍ଧୁ । ଇଣ୍ଡିଆ ଏମିତି ଏକ ଦେଶ ଯେଉଁଠାରେ ସହଜରେ ଆପଣ ବିଶ୍ବାସ କରିପାରିବେ । ସଚ୍ଚୋଟ ବନ୍ଧୁତା ଯଦି କିଏ ଥାଏ ତାହାଲେ ସେ ଦେଶ ହେଉଛି ଭାରତ । ସେପଟେ ମୋଦି ଟ୍ବିଟ କରି କହିଛନ୍ତି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋର ଭଲବନ୍ଧୁ । ପୁଣି ଥରେ କ୍ଷମତାକୁ ଫେରିଥିବାରୁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଗାମୀ ଦିନରେ ଭାରତ-ଆମେରିକା ବିଭିନ୍ନ କ୍ଷେତ୍ରରେ ମିଶିକି କାମ କରିବେ ଓ ଉଭୟ ଦେଶ ବିକାଶର ଶିଖର ଛୁଇଁବ ବୋଲି ମୋଦି କହିଛନ୍ତି ।
ଗୋଟିଏ ପଟେ ଟ୍ରମ୍ପ ଆସିବା ପରେ ଚୀନ ଓ ପାକିସ୍ତାନର ଚିନ୍ତା ବଢିଛି । ଗୋଟିଏ ପଟେ ଚୀନ ଉପରେ ବ୍ୟବସାୟିକ ଆମଦାନୀ ଶୁଳ୍କ ବୃଦ୍ଧି ହେବା ନେଇ ଟ୍ରମ୍ପ ସଂକେତ ଦେଇଥିବା ବେଳେ ପାକିସ୍ତାନକୁ ତାଲିବାନୀ ଶରଣାର୍ଥୀ ନେଇ କୌଣସି ସହାୟତା ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଯାହାକୁ ନେଇ ଆମେରିକା ଉପରେ ଅସନ୍ତୋଷ ଅଛନ୍ତି ଭଭୟ ଦେଶ । ସେପଟେ ଭାରତ ସହ ଆମେରିକା ସମ୍ପର୍କ ମଜବୁତ ହେଉଥିବାରୁ ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି ଦୁଇ ପଡ଼ୋଶୀ । ହେଲେ ଟ୍ରମ୍ପ ନିମନ୍ତ୍ରଣ ରକ୍ଷା କରି କେବେ ମୋଦି ଆମେରିକା ଗସ୍ତ କରୁଛନ୍ତି ସେନେଇ କିନ୍ତୁ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Follow Us