କନକ ବ୍ୟୁରୋ: ପୋଡ୍କାଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାକ୍ଷାତାକାର । ନିଖିଲ କାମତଙ୍କ ସହ ପୋଡକାଷ୍ଟରେ ମୋଦୀ ନିଜ ବ୍ୟକ୍ତିଗତ ଓ ରାଜନୀତି ଜୀବନକୁ ନେଇ ଅନେକ ଜଣାଅଜଣା କଥା ପ୍ରକାଶ କରିଛନ୍ତି । ପିଲାଦିନଠୁ ନେଇ ପ୍ରଧାନମନ୍ତ୍ରୀ ବନିବା ଯାତ୍ରାକୁ ବଖାଣିଛନ୍ତି ମୋଦୀ । ୨ଘଣ୍ଟାରୁ ଅଧିକ ସମୟର ପୋଡ୍କାଷ୍ଟ ସିରିଜରେ ମୋଦୀ କହିଛନ୍ତି ସେ ଜଣେ ଭଗବାନ ନୁହଁନ୍ତି ମଣିଷ, ଭୁଲ ତାଙ୍କ ଦ୍ବାରା ହୁଏ । ୨ ଘଣ୍ଟାର ପୋଡ୍କାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ୨୦୦୨ ମସିହା ଗୋଧ୍ରା ଘଟଣାକୁ ମଧ୍ୟ ପୋଡକାଷ୍ଟରେ ମନେ ପକାଇଛନ୍ତି ।
- ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଡକାଷ୍ଟ
- ନିଖିଲ କାମଥଙ୍କ ପୋଷ୍ଟକାଷ୍ଟରେ ମୋଦୀ ପିଲାଦିର ସ୍ମୃତିଠୁ ରାଜନୀତିରୁ ଅନୁଭୂତି ବଖାଣିଲେ
- ସ୍କୁଲରେ ଶିକ୍ଷକଙ୍କ ପ୍ରିୟ ଥିଲେ ମୋଦୀ
- ମୁଁ ମଣିଷ,ଇଶ୍ବର ନୁହେଁ,ମୋ ଦ୍ବାରା ମଧ୍ୟ ଭୁଲ ହୁଏ
- ପିଲାଦିନର ସାଙ୍ଗଙ୍କୁ ଆଉ ‘ତୁ’ କହି ହେଉନି
- ସଫଳତାଠୁ ଅଧିକ ବିଫଳତା ଶିକ୍ଷା ଦିଏ
- ଭାରତ ଆସିବାକୁ ଇଛା ପ୍ରକାଶ କରିଥିଲେ ଜିନପିଙ୍ଗ:ମୋଦୀ
- ରାଜନୀତିକୁ ଭଲ ଲୋକ ଆସିବା ଦରକାର
- ରାଜନୀତି ପାଇଁ ପରିଶ୍ରମ, ପ୍ରତିବଦ୍ଧତା,ନିସ୍ବାର୍ଥପର ଗୁଣ ଆବଶ୍ୟକ
- ଯୁବବର୍ଗଙ୍କ ଉପରେ ସୋସିଆଲ ମିଡିଆର ଖାସ ପ୍ରଭାବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/10/0eRytdFd4tovH7tNwFvI.jpg)