କନକ ବ୍ୟୁରୋ: କେନ୍ଦ୍ର ଓ ଓଡ଼ିଶାରେ ଡବଲ୍ ଇଞ୍ଜିନ୍‌ ସରକାର । ଏହି ଡବଲ୍ ଇଞ୍ଜିନ୍‌ ସରକାରର କନ୍‌ସେପ୍ଟ କ’ଣ, ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡବଲ୍ ଇଞ୍ଜିନ୍‌ ଅର୍ଥାତ୍ ଏକାଗ୍ରତା ସହିତ ବିକାଶ । ଏନ୍‌ଡିଏ ରାଜ୍ୟ ଗୁଡ଼ିକରେ ଏହାର ରୂପାୟନ କେମିତି କରାଯିବ, ତା’ ଉପରେ ଫୋକସ୍‌ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସାଧାରଣ ଲୋକଙ୍କ ସ୍ବଚ୍ଛତା ଓ ସଂସ୍କାରକୁ ନେଇ କାମ କରିବା ହେଉଛି ଡବଲ୍ ଇଞ୍ଜିନ୍‌ ।

Advertisment

ଲୋକଙ୍କ ଜୀବନକୁ ସହଜ କରିବା, ଭାରତକୁ ଆତ୍ମନିର୍ଭର କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ଉପରେ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦୀ । ସେପଟେ ଜୁନ୍‌  ୯ରେ ମୋଦୀ ସରକାରକୁ ପୂରିବ ୧୧ ବର୍ଷ ଏବଂ ଓଡ଼ିଶାରେ ବିଜେପି ସରକାରକୁ ଜୁନ୍‌ ୧୨ରେ ପୂରିବ ବର୍ଷେ । ଏହି ଅବସରରେ ସାଧାରଣ ଲୋକଙ୍କ ପାଖରେ ହିସାବ ରଖିବେ ସରକାର । ଲୋକଙ୍କ ଆଶା କେତେ ପୂରଣ ହୋଇଛି । ଏହାସହ ଅପରେସନ ସିନ୍ଦୂର ବାବଦରେ ଲୋକଙ୍କୁ ବୁଝାଇବେ ସରକାର । ଏନ୍‌ଡିଏ ନେତୃତ୍ବ ମାନେ ବିଭିନ୍ନ ସ୍ଥାନକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଦେବେ । ୨୦୧୪ରୁ ଏବେ ଯାଏଁ କ’ଣ କାମ ହୋଇଛି, ତାହାର ହିସାବ ରଖିବେ । ସେହିପରି ଜାତିଭିତ୍ତିକ ଜନଗଣନା ବାବଦରେ ମଧ୍ୟ ଲୋକଙ୍କୁ ସରକାର କହିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।