କନକ ବ୍ୟୁରୋ: ଯବାନଙ୍କ ସହ ଦୀପାବଳି ପାଳନ ପରମ୍ପରା ବଜାୟ ରଖିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜରାଟ କଚ୍ଛରେ ଆର୍ମି ୟୁନିଫର୍ମରେ ପ୍ରଧାନମନ୍ତ୍ରୀ ବିଏସଏଫ, ଆର୍ମି, ନୌସେନା, ବାୟୁସେନା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଯବାନଙ୍କୁ ମିଠା ଖୁଆଇ ଆଲୋକର ପର୍ବ ପାଳିବା ସହିତ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଛନ୍ତି । ୨୦୧୪ରୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରଠୁ ମୋଦୀ ଯବାନଙ୍କ ସହ ପ୍ରତିବର୍ଷ ଦୀପାବଳି ପାଳନ କରିଆସୁଛନ୍ତି ।  ୨୦୨୦ରେ ରାଜସ୍ଥାନ, ୨୦୨୧ରେ କାଶ୍ମୀର, ୨୦୨୨ରେ କାର୍ଗିଲରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ମୋଦି ।