କନକ ବ୍ୟୁରୋ: ଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ପର୍ବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି, ଓଡ଼ିଆ ସଂସ୍କୃତିର ମହାକୁମ୍ଭ ହେଉଛି ଓଡ଼ିଶା ପର୍ବ। ଏହି ପର୍ବରେ ସାମିଲ ହୋଇ ଖୁସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦି କହିଛନ୍ତି, ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ମହାପୁରୁଷଙ୍କ ବିଷୟରେ ଅଧିକ ପ୍ରଚାର ପ୍ରଚାରପ୍ରସାର କରିବାର ଆବଶ୍ୟକତା ରହିଛି । ଓଡ଼ିଶାର ନୌବାଣିଜ୍ୟର ସମୃଦ୍ଧ ଇତିହାସ ଓ ପାଇକ ବିଦ୍ରୋହ କଥା ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଓଡ଼ିଶା ସବୁବେଳେ ମାନବ ସମାଜର ସେବା କରିଆସିଛି। ପୂର୍ବରୁ ଭାରତର ପୂର୍ବ ଭାଗକୁ ପଛୁଆ ଅଂଚଳ କୁହାଯାଉଥିଲା। ହେଲେ ଏବେ କେନ୍ଦ୍ର ସରକାର ବିକାଶ ପାଇଁ ପୂର୍ବ ଭାରତକୁ ବିକାଶର ଇଞ୍ଜିନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବର କେନ୍ଦ୍ର ସରକାର ତୁଳନାରେ ତାଙ୍କ ସରକାର ଓଡ଼ିଶାକୁ ଅନୁଦାନ ବଢ଼ାଇଥିବା ସେ କହିଛନ୍ତି । ଓଡ଼ିଶା ଧୀରେଧୀରେ ଆଗକୁ ବଢ଼ୁଛି । ଓଡ଼ିଶା ପାଖରେ ଏବେ ଭିଜନ ବି ଅଛି, ରୋଡ ମ୍ୟାପ୍ ଅଛି । ଓଡ଼ିଶାର ସାମର୍ଥ୍ୟକୁ ଉପଯୋଗ କରି ଏହାକୁ ବିକାଶର ଶିଖରରେ ପହଞ୍ଚାଯାଇପାରେ ବୋଲି ମୋଦୀ କହିଛନ୍ତି। ପୂର୍ବରୁ ଓଡ଼ିଶା ପର୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସାମିଲ ହୋଇଥିଲେ।
ଓଡ଼ିଶା ପର୍ବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ଐତିହ୍ୟ, ସାହିତ୍ୟ ଓ ପରମ୍ପରାର ପ୍ରଶଂସା କଲେ ।
Advertisment
Follow Us