କନକ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ମୋଦୀ । ଏୟାରପୋର୍ଟରୁ ବାହାରି ଜନତା ମୈଦାନ ଅଭିମୁଖେ କଲେ ଯାତ୍ରା । ଉତ୍କର୍ଷ ଓଡିଶାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସେଠାରେ ଉତ୍କର୍ଷ ଓଡିଶା ସମ୍ମିଳନୀକୁ କରିବେ ଉଦଘାଟନ । ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଛନ୍ତି । ଦୁଇଘଂଟା ପାଇଁ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବରରେ ମୋଦୀ ୨ ଘଣ୍ଟା ୨୦ମିନିଟ୍ ରହିବେ। ପାଖାପାଖି ଅଧଘଣ୍ଟା ଧରି ନିଜର ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ପୁଞ୍ଜି ଖଟାଇବା ପାଇଁ ବଡ଼ ବଡ଼ ଶିଳ୍ପପତି ଓ ରାଷ୍ଟ୍ର ପ୍ରତିନଧିଙ୍କୁ ଆହ୍ବାନ ଦେବେ। ଉତ୍କର୍ଷ ଓଡିଶା କାର୍ୟ୍ୟକ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ୪୦୦ ରୁ ଉର୍ଦ୍ଧ୍ବ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ୟ୍ୟନ୍ତ ରହିବେ। ଏହା ପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।
ଆଜିଠୁ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ। ବଡ ବଡ ବିଜନେସ ଟାଇକୁନ ଏଲ.ଏନ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରଓ୍ୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି ନରେନ୍ଦ୍ରନ ଏହି ସମ୍ମିଳନୀରେ ଯୋଗଦେବେ। ଯାହା ଉତ୍କର୍ଷ ଓଡିଶାକୁ ବୁଷ୍ଟର ଡୋଜ ଦେବ ବୋଲି କୁହାଯାଉଛି। ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମଏସଏମଇ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ଆଗକୁ ବଢ଼ିବେ ସରକାର। ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି? ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳୁଛି ସେସବୁ ଶିଳ୍ପପତିଙ୍କୁ ଜଣାଇ ଆକୃଷ୍ଟ କରିବେ। ଉତ୍କର୍ଷ ଓଡିଶା ପାଇଁ ୫ ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା। କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/01/28/ldRN5EyznIskxsN61iT1.jpg)