କନକ ବ୍ୟୁରୋ: ’ମନ୍ କି ବାତ୍’ ସଂସ୍କରଣରେ ଓଡ଼ିଆ ଝିଅ ରଶ୍ମିତା ସାହୁଙ୍କୁ ମୋଦୀଙ୍କ ପ୍ରଶଂସା । ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ଅଭୂତପୂର୍ବ ବିଜୟ ଏବଂ ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବା ପାଇଁ ଓଡ଼ିଆ ଝିଅଙ୍କ ଦୃଢ଼ ସଂକଳ୍ପକୁ କଲେ ବାଃ ବାଃ । ୧୨୫ତମ ଏପିସୋଡରେ ଜାତୀୟ ଏକତା ଏବଂ ପ୍ରଗତିରେ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଓଡ଼ିଶାର କାନୋଇଂ ଚାମ୍ପିଅନ ରଶ୍ମିତା ସାହୁଙ୍କ ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରିବା ସହ କଥା ହୋଇ ଶୁଭେଛା ଜଣାଇଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଆଗକୁ ଯିବାକୁ ପ୍ରେରଣା ମିଳିଥିବା କହିଛନ୍ତି ରଶ୍ମିତା । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ମୋ ପାଇଁ, ମୋ ପ୍ରଶିକ୍ଷକ, ମୋ ପରିବାର ଏବଂ ମୋ ଗାଁ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି । ନିକଟରେ ଶ୍ରୀନଗରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାତେଇଥିଲେ ରଶ୍ଚିତା ।
ରଶ୍ମିତାଙ୍କ କ୍ୟାରିଅର:
୨୦୧୭ ମସିହାରେ କାନୋଇଂ ଆରମ୍ଭ କରିଥିଲେ
ଜାତୀୟ ଚାମ୍ପିଅନସିପ୍ ଏବଂ କ୍ରୀଡାରେ ଅଂଶଗ୍ରହଣ କରି ଜିତିଛନ୍ତି ୪୧ଟତ ପଦକ ଜିତିଛନ୍ତି
୧୩ ସ୍ୱର୍ଣ୍ଣ, ୧୪ ରୌପ୍ୟ ଏବଂ ୧୪ କାଂସ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ
ଆଗକୁ ଏସିଆନ୍ ଗେମ୍ସ ୨୦୨୬ରେ ଭାଗ ନେବାକୁ ରଖିଛନ୍ତି ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ ’ମନ୍ କି ବାତ୍’ରେ ରଶ୍ମିତାଙ୍କର ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ତମାମ ଅସୁବିଧା ସତ୍ତ୍ୱେ ତାଙ୍କ କ୍ରୀଡା ସ୍ୱପ୍ନକୁ ସମର୍ଥନ କରିବାରେ ତାଙ୍କ ପିତାଙ୍କ ଭୂମିକାକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/31/12-2025-08-31-20-48-50.jpg)