କନକବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଶେଷ ହୋଇଛି । ଆଜି ଭୋରୁ ଭାରତ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଜାତିସଂଘ ସାଧାରଣ ଅଧିବେଶନରେ ବୈଶ୍ବିକ ଶାନ୍ତି ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ଜାତିସଂଘ ସାଧାରଣ ଅଧିବେଶନରେ ସମିଟ୍‌ ଅଫ୍‌ ଦି ଫ୍ୟୁଚର୍‌ରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ‘ ମାନବିକତାର ସଫଳତା ଆମ ସାମୁହିକ ଶକ୍ତିରେ ରହିଛି, ଯୁଦ୍ଧକ୍ଷେତ୍ରରେ ନୁହେଁ’। 

ବୈଶ୍ବିକ ଶାନ୍ତି ଏବଂ ବିକାଶ ପାଇଁ ବୈଶ୍ବିକ ଅନୁଷ୍ଠାନରେ ସଂସ୍କାର ଆସିବା ଗୁରୁତ୍ବପୂର୍ଣ୍ଣ । ସଂସ୍କାର ହେଉଛି ପ୍ରାସଙ୍ଗିକତାର ଚାବିକାଠି ।  ସମ୍ମିଳନୀରେ ମୋଦୀ ମଧ୍ୟ ଭାରତ କିଭଳି ନିରନ୍ତର ବିକାଶ ଦ୍ବାରା ଲୋକଙ୍କ ଗରିବୀରୁ ବାହାର କରିଛି ତାହା କହିଛନ୍ତି।  ସେପଟେ ଆମେରିକାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲନସ୍କୀଙ୍କୁ ଭେଟିଲେ ମୋଦୀ ।

ଉଭୟ ରାଷ୍ଟ୍ରନେତା ନ୍ୟୁୟର୍କରେ କାର୍ଯ୍ୟକ୍ରମ ବେଳେ ଭେଟଘାଟ କରିଛନ୍ତି । ମାସକ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ବିତୀୟ ସାକ୍ଷାତକାର । ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ବଡ ଭୁମିକା ଗ୍ରହଣ କରୁଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭାରତ ପ୍ରୟାସ ଜାରି ରଖିଛି ।