କନକ ବ୍ୟୁରୋ : ଆଜି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଲକ୍ଷପତି ଦିଦି ଟଙ୍କା । ୨୫ଶହ କୋଟିର ଅର୍ଥରାଶିର ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଉପକୃତ ହେବେ ଦେଶର ୪ଲକ୍ଷ ୩୦ ହଜାର ସ୍ବଂୟ ସହାୟକ ଗ୍ରୁପର ୪୮ ଲକ୍ଷ ସଦସ୍ୟ ।

Advertisment

ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ରରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହ ମୋଟ ୪୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇବେ । ଏଥିସହ ୨୬ ଲକ୍ଷ ମହିଳାଙ୍କୁ ୫ ହଜାର କୋଟିର ଋଣ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ଏଥିରେ ୨ ଲକ୍ଷ ୩୩ ହଜାର ସ୍ବଂୟ ସହାୟକ ଗ୍ରୁପ ଉପକୃତ ହେବେ । ଏହି ଯୋଜନା ଆରମ୍ଭ ହେବାଠୁ ଏପର୍ୟ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଉପକୃତ ହେଲେଣି ।