କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ୩ଦିନିଆ ୟୁଏସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କ୍ବାଡ ବାର୍ଷିକ ସମ୍ମିଳନୀରେ ଯୋଗଦେବା ସହ ଜାତିସଂଘର ସାଧାରଣ ଅଧିବେଶନରେ ହେବେ ସାମିଲ। ଏହି ଗସ୍ତ ଅବସରରେ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ମୋଦୀ ପ୍ରବାସୀ ଭାରତୀୟ ମାନଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଡେଲାୱେୟାରରେ ଚତୁର୍ଥ କ୍ବାଡ ସମ୍ମିଳନୀକୁ ସମ୍ବୋଧିତ କରିବେ। ମୋଦୀଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ। ଉଭୟ ଜୋ ବାଇଡେନ ଓ ଫୁମିଓ କିସିଦାଙ୍କ ପାଇଁ ଏହା ହେବ ଶେଷ ଶିଖର ସମ୍ମିଳନୀ। ଆସନ୍ତା ବର୍ଷ ଏହି କ୍ବାଡ୍ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ। ଜାତିସଂଘର ସାଧାରଣ ବୈଠକରେ ଯୋଗଦେବାକୁ ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯାଉଥିବା ବେଳେ କ୍ବାଡ୍ ସମ୍ମିଳନୀରେ ମଧ୍ୟ ସାମିଲ ହେବେ। ଆସନ୍ତା ବର୍ଷ ଏହି ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇବ ଭାରତ। ୨୦୦୪ ମସିହାରେ ଆରମ୍ଭ ହୋଇଥିବା କ୍ବାଡ଼କୁ ୨୦୧୭ ମସିହାରେ ଆମେରିକା ଦ୍ବାରା ପୁନରୁଦ୍ଧାର କରାଯାଇଥିଲା। ଆମେରିକା ସମେତ ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ଏହାର ସଦସ୍ୟ ରାଷ୍ଟ୍ର। ୨୧ ତାରିଖରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗ ସ୍ଥାନ ପାଇପାରେ। ରୁଷ-ୟୁକ୍ରେନ ଓ ଇସ୍ରାଏଲ-ହମାସ ଯୁଦ୍ଧ ସହିତ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି ବିଶ୍ବ ନେତୃତ୍ବ। ସେପଟେ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମୋଦୀଙ୍କୁ ଭେଟି ପାରନ୍ତି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ଦଳର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦୀଙ୍କୁ ଭେଟିବେ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଆସନ୍ତା ସପ୍ତାହରେ ୩ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀଙ୍କୁ ଭେଟିପାରନ୍ତି ଟ୍ରମ୍ପ
ଆସନ୍ତା ସପ୍ତାହରେ ୩ଦିନିଆ ୟୁଏସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କ୍ବାଡ ବାର୍ଷିକ ସମ୍ମିଳନୀରେ ଯୋଗଦେବା ସହ ଜାତିସଂଘର ସାଧାରଣ ଅଧିବେଶନରେ ହେବେ ସାମିଲ। ଏହି ଗସ୍ତ ଅବସରରେ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ମୋଦୀ ପ୍ରବାସୀ ଭାରତୀୟ ମାନଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
/kanak/media/media_files/sQC9rItIzeO2uFTskMo0.jpg)