ଡିଜି, ଆଇଜି ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ବି ସାମିଲ..

Advertisment

ଡିଜି, ଆଇଜି ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ବି ସାମିଲ । ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା । ସାଇବର ଅପରାଧ, ଉପକୂଳ ସୁରକ୍ଷା ଓ ପୁଲିସ ନେତୃତ୍ବ ଉପରେ ଗୁରୁତ୍ବ ..

ଡିଜି, ଆଇଜି ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ବି ସାମିଲ । ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା । ସାଇବର ଅପରାଧ, ଉପକୂଳ ସୁରକ୍ଷା ଓ ପୁଲିସ ନେତୃତ୍ବ ଉପରେ ଗୁରୁତ୍ବ ..

Modi 34

କନକ ବ୍ୟୁରୋ : ଦ୍ବିତୀୟ ଦିନରେ ମହାନିର୍ଦ୍ଦେଶକଙ୍କ ମେଳି । ଲୋକସେବା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଜି, ଆଇଜି ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ପ୍ରତି ରାଜ୍ୟରୁ ଆସିଥିବା ଡିଜିପି ଓ ଆଇଜିପି ଉପସ୍ଥିତ ଅଛନ୍ତି । ଆଜି ଦ୍ବିତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ରାତି ୮ଟା ପର୍ୟ୍ୟନ୍ତ ଏହି ସମ୍ମିଳନୀ ଚାଲିବ ।

ଦେଶବ୍ୟାପୀ ବଢ଼ୁଥିବା ସାଇବର ଅପରାଧ ଓ ଆଧୁନିକ ଜ୍ଞାନକୌଶଳ, ଉପକୂଳ ସୁରକ୍ଷା, ପୁଲିସ ନେତୃତ୍ବ ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହେବ । ସୀମାରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, କେମିତି ଆହୁରି ଭଲ ହୋଇପାରିବ, ବୈଦେଶିକ ବ୍ୟାପାର, ଆତଙ୍କବାଦୀ ଅନୁପ୍ରବେଶ, ବାଂଲାଦେଶୀ ଅନୁପ୍ରବେଶ, ଆଭ୍ୟନ୍ତରୀଣ ସୁରକ୍ଷା, ନକ୍ସଲ ମୁକାବିଲା ରଣନୀତି, ଉପକୂଳ ସୁରକ୍ଷା, ପୁଲିସ ନେତୃତ୍ବ, ସାଇବର ଅପରାଧ ରୋକିବା, ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଶାନ୍ତି ବଜାୟ ରଖିବା, ନିଶା କାରବାର ରୋକିବା ଆଦି ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତରେ ଆଲୋଚନା ହେବ ବୋଲି ସୂଚନା ରହିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe