କନକ ବ୍ୟୁରୋ: ବାଲିହରଚଣ୍ଡୀ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ଆଲିଆସ ମନୋଜ ବେହେରାକୁ ଗିରଫ କରିଛି ପୁଲିସ । ଆନ୍ଧ୍ରପ୍ରଦେଶରୁ ମୁକ୍ୟଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୋଲିସ । ସଦର ଥାନା ଆଇଆଇସି ନେତୃତ୍ୱରେ ଗୋଟିଏ ଟିମ୍‌ ତାର ଫୋନକୁ ଟ୍ରାକ କରି ମନୋଜକୁ ଗିରଫ କରିଥିବା ସଦର ସିଡିପିଓ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ବିଏନଏସ ୭୦ ଓ ଏସ୍ଏଟି ଆକ୍ଟରେ ମାମଲା ରୁଜୁ କରାଯାଇଛି। ଗତକାଲି ଯୁଵତୀର ଡାକ୍ତରୀ ମାଇନା କରାଯାଇଛି ଆଜି ୪ଜଣଙ୍କର ଡାକ୍ତରୀ ମାଇନ କରାଯିବା ସହ କୋର୍ଟଚାଲାଣ କରାଯିବ ।  

Advertisment

ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଆଉ ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତା  ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ଛାନଭିନ୍‌ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ପୀଡ଼ିତା ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ସୂଚନା ଅନୁଯାୟୀ, ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଏହି ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଗତ ଶନିବାର ମଧ୍ୟାହ୍ନରେ ବାଲି ହରଚଣ୍ଡୀପୀଠକୁ ଦର୍ଶନ ପାଇଁ ଯାଇଥିଲେ । 

ଏହାପରେ ସେମାନେ ନିକଟରେ ଥିବା ସମୁଦ୍ରକୂଳକୁ ଯାଇଥିଲେ । ସେଠାରେ ବସି କଥାବାର୍ତ୍ତା  ହେଉଥିବା ବେଳେ ସେଠାରେ ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ପହଞ୍ଚି ଉଭୟଙ୍କୁ ବ୍ଲାକ୍‌ମେଲିଂ କରିଥିଲେ । ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହ ଭୟଭୀତ କରି ସେମାନଙ୍କଠାରୁ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ  ।  ଏହାପରେ ସେମାନେ ପୀଡ଼ିତାଙ୍କ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ଆଗରେ କାଳିଆ ଓ ଶିବ ମିଶି ଛାତ୍ରୀଙ୍କ ସହ ଦୁ‌ଷ୍କର୍ମ କରିଥିଲେ । ସେଠାରୁ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ କୌଣସି ପ୍ରକାର ହରଚଣ୍ଡୀପୀଠ ନିକଟକୁ ଆସିବା ପରେ ଉଭୟ କାଳିଆ ଓ ଶିବ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ ଆହତ ହୋଇଥିଲେ ।