କନକ ବ୍ୟୁରୋ : ଅପରେସନ୍ ସିନ୍ଦୂରକୁ ନେଇ ତିନି ସେନାର ପ୍ରେସ୍ମିଟ୍ । କହିଲେ, ପହଲଗାମ୍ ନରସଂହାରକୁ ନେଇ ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଥିଲା । ସେଥିପାଇଁ ଆମେ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କଲୁ ଏବଂ ୯ ଆତଙ୍କୀ ଠିକଣାକୁ ଧ୍ୱଂସ ମଧ୍ୟ କଲୁ । ହେଡଲି ଓ କସାବ ସୃଷ୍ଟି କରିଥିବା Let କ୍ୟାମ୍ପ ନଷ୍ଟ କରିଛୁ । ଆତଙ୍କୀ ଆଡ୍ଡା ନଷ୍ଟ କରିବା ଥିଲା ଆମ ଲକ୍ଷ୍ୟ । ଆତଙ୍କବାଦ୍ର ଅନ୍ତ ପାଇଁ ହୋଇଛି ଅପରେସନ୍ । ଆତଙ୍କୀ ହାମଲାର କଡ଼ା ଜବାବ୍ ଦିଆଯାଇଛି । ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି । ୩ କୁଖ୍ୟାତ ଆତଙ୍କୀଙ୍କପ ମଧ୍ୟ ନିପାତ କରିଛୁ । ନିର୍ଦ୍ଧିଷ୍ଟ ଭାବେ କିପରି ବାୟୁସେନା ଟାର୍ଗେଟ୍ କଲା ଜଣାଇଲେ DGAO । ଫଟୋ ଦେଖାଇ କିପରି ଧ୍ୱଂସ ହୋଇଛି ପ୍ରମାଣ ଦେଲେ ।
ଅପରେସନ ସିନ୍ଦୂର ଉପରେ ତିନି ସେନାର ସାମ୍ବାଦିକ ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ତଥ୍ୟ
- ସେନା କେବଳ ଆତଙ୍କଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରିଥିଲା
- ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା
- ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି
- ଅପରେସନ ସିନ୍ଦୂରରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି
- ଆତଙ୍କବାଦୀ ତାଲିମ ଶିବିର ମଧ୍ୟ ଧ୍ୱଂସ କରାଯାଇଛି
- ୩ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କରିଛୁ
- ଏଲ୍ଓସିରେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲା
- ଆମେ ପାକିସ୍ତାନର ସମସ୍ତ ଯୋଜନାକୁ ବିଫଳ କକିଛୁ
- ପାକିସ୍ତାନ ପଠାଥିବା ଡ୍ରୋନକୁ ଧ୍ୱଂସ କରାଯାଇଛି
- ଆମ ଅପରେସନର ଲକ୍ଷ୍ୟ ଆତଙ୍କବାଦୀଙ୍କୁ ନିପାତ କରିବା
- ପିଓକେରେ ୫ଟି ଏବଂ ପାକିସ୍ତାନରେ ୪ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଛି
- ୩୫-୪୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି
- ମେ ୮ ଏବଂ ୯ ରାତିରେ ଶ୍ରୀନଗରରୁ ଗୁଜରାଟର ନାଲିଆ ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା ଯାହାକୁ ଆମେ ପଣ୍ଡ କରିଦେଇଥିଲୁ
- ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଯଦି ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରେ ତେବେ ଆମେ ଏହାର ଉଚିତ୍ ଜବାବ ଦେବୁ
ଅପରେସନ ସିନ୍ଦୂରକୁ ନେଇ ମେଜର ଏସଏସ୍ ସାରଦାଙ୍କ ସୂଚନା ପାକ୍ ଆତଙ୍କୀଙ୍କ ଉପରେ ହୋଇଛି ଆକ୍ରମଣ #KanakNews #OperationSindoor2
— Kanak News (@kanak_news) May 11, 2025