କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨୩ରୁ ପ୍ରସ୍ତାବିତ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ଆଜି ରାଷ୍ଟ୍ରପତି ଭବନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରିବା ପରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Advertisment

ରାଷ୍ଟ୍ରପତି କାଲିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବାର ଥିଲା । ସେ ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ସମ୍ଭାବ୍ୟ ବାତ୍ୟାବେଳେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକସ୍ତରରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେବ ଦର୍ଶାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଷ୍ଟ୍ରପତି ଭବନକୁ ଲିଖିତ ଭାବେ ଅବଗତ କରାଯାଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ୨୩ତାରିଖରେ ମୟୂରଭଞ୍ଜସ୍ଥିତ ନିଜ ଗାଁକୁ ଯାଇ ୨୪ରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ୭୫ତମ ବାର୍ଷିକ ଉତ୍ସବରେ ସାମିଲ ହୋଇ ଭୁବନେଶ୍ୱରରେ ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବ ଯୋଗ ଦେଇ ୨୫ତାରିଖରେ ଫେରିଯିବାର କାର୍ୟ୍ୟକ୍ରମ ରହିଥିଲା ।