କନକ ବ୍ୟୁରୋ: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରୁ ଉଠିଲା ରାଷ୍ଟ୍ରପତି ଶାସନ । ରବିବାର ବିଳମ୍ବିତ ରାତିରେ ଏହାକୁ ହଟାଇ ଦିଆଯାଇଛି । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ୭ ବର୍ଷ ୪ ମାସ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଥିଲା । ଅକ୍ଟୋବର ୧୩ ତାରିଖ ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲା । ଉପ-ରାଜ୍ୟପାଳ ମନୋଜ ସିହ୍ନା ଏହାକୁ ଲାଗୁ କରୁଛନ୍ତି । ଫଳରେ ଏନସି ମେଣ୍ଟର ନୂତନ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି ।
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି । ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି । ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ଟି ସିଟ୍ ମିଳିଛି । ଆଜି ଅର୍ଥାତ୍ ସୋମବାର ନ୍ୟାସନାଲ କନଫରେନ୍ସର ବିଧାୟକ ଦଳ ନେତା ଓମାର ଅବଦ୍ଦୁଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ସରକାର ଗଠନ ନେଇ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି । ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ନ୍ୟାସନାଲ କନଫରେନ୍ସ । ଅନ୍ୟପଟେ ସ୍ୱାଧୀନ ବିଧାୟକଙ୍କର ସମର୍ଥନ ମିଳିବା ମାଧ୍ୟ ଆରମ୍ଭ ହୋଇଛି। ଜମ୍ମୁର ଚମ୍ବଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିବା ସ୍ୱାଧୀନ ନେତା ସତୀଶ ଶର୍ମା ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଛନ୍ତି । ରବିବାର ଡୋଡାରେ ଏକ ରାଲିକୁ ସମ୍ବୋଧିତ କରି ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନରେ ଏନସିକୁ ପୂର୍ଣ୍ଣ ସମର୍ଥନ କରିବ। ୧୦ ବର୍ଷ ତଳେ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା । ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଏବଂ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ଭାଙ୍ଗିଯାଇଥିଲା। ସେବେଠାରୁ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।
ହଟିଲା ରାଷ୍ଟ୍ରପତି ଶାସନ:
ଉମରଙ୍କ ପାଇଁ ଫିଟିଲା ବାଟ
-୩୧ ଅକ୍ଟୋବର ୨୦୧୭ରୁ ଏଠାରେ ରାଷ୍ଟ୍ରପତି ନିୟମ ଲାଗୁ କରାଯାଇଥିଲା
-ଏହାପୂର୍ବରୁ ସେଠାରେ ପିଡିପି ଏବଂ ଭାଜପାର ଏକ -ମିଳିତ ସରକାର ଥିଲା
-ମେହବୁବା ମୁଫତି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ
-ଭାଜପା ସମର୍ଥନ ପ୍ରତ୍ୟାହାର କରିବା ପରେ ମୁଫତି ସରକାର ଭାଙ୍ଗିଥିଲା
-ଅକ୍ଟୋବର ୨୦୧୯ରେ, କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ
-ପରେ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ପରିଣତ କରିଥିଲେ
-ଏବେ ଏକ ନୂଆ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି
-ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ନ୍ୟାଶନାଲ କନଫେରେନ୍ସ
-ତେଣୁ ଉମର ଅବଦୁଲ୍ଲା ଖୁବ୍ଶୀଘ୍ର ଏଠାରେ ସରକାର ଗଠନ କରିବେ
-ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନ୍ଫରେନ୍ସ-କଂଗ୍ରେସ ମିଳିତ ମେଣ୍ଟ ଜିତିଛି
-ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ
-ସେ ମିଳିତ ମେଣ୍ଟର ନେତା ଭାବରେ ନିର୍ବାଚିତ ହୋଇଛନ୍ତି।