କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଆଜି ଭାରତ ସାରା ବିଶ୍ବର ନେତୃତ୍ବ କରୁଛି । ସମ୍ବିଧାନ ଆମକୁ ସାମୁହିକ ପରିଚୟ ଦେଉଛି ।ଏହା ଆମକୁ ଗୋଟିଏ ପରିବାରରେ ବାନ୍ଧି ରଖୁଛି । ଏକକ ନିର୍ବାଚନ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, ଏହା ଶାସନତନ୍ତ୍ରକୁ ସ୍ଥିରତା ଦେବ ଓ ଅଯଥା ଆର୍ଥିକ ବୋଝକୁ କମାଇବ । ଦୀର୍ଘ ସମୟ ପରେ ଶୋଇଥିବା ଭାରତର ଆତ୍ମା ପୁଣି ଜାଗି ଉଠିଛି ଓ ବିଶ୍ବ ଦରବାରରେ ଭାରତ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଅଗ୍ରସର ହୋଇଛି । ଦେଶକୁ ଆଗେଇନେବାରେ ମହିଳାଙ୍କ ସକ୍ରିୟ ଯୋଗଦାନ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିଭଳି ଦେଶର ଭିତ୍ତିଭୂମି ଢାଂଚାର ପରିବର୍ତ୍ତନରେ ଶ୍ରମିକ ଭାଇ-ଭଉଣୀଙ୍କ ଯୋଗଦାନ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: କହିଲେ, ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ଆଡ଼କୁ ଅଗ୍ରସର ହେଉଛି ଭାରତ
ସାଧାରଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଆଜି ଭାରତ ସାରା ବିଶ୍ବର ନେତୃତ୍ବ କରୁଛି । ସମ୍ବିଧାନ ଆମକୁ ସାମୁହିକ ପରିଚୟ ଦେଉଛି । ଏହା ଆମକୁ ଗୋଟିଏ ପରିବାରରେ ବାନ୍ଧି ରଖୁଛି ।
/kanak/media/media_files/2025/01/25/6lC8XJRgivtraGEuNq0Y.jpg)