କନକ ବ୍ୟୁରୋ: ବର୍ଷ ଆରମ୍ଭରୁ ଚୀନର ଧମକ । ନୂଆବର୍ଷ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ତାଇୱାନକୁ ଖୁଲମଖୁଲ୍ଲା ଧମକ ଦେଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ତାଇୱାନ ହେଉଛି ଚୀନର ଅଭିନ୍ନ ଅଙ୍ଗ ଏହାକୁ ପୁଣି ଏକାଠି କରିବାକୁ କେହି ରୋକିପାରିବେନି ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି । ଦୀର୍ଘଦିନ ହେବ ଚୀନ ଓ ତାଇୱାନ ମଧ୍ୟରେ ତିକ୍ତତା ଜାରି ରହିଛି । ତାଇୱାନକୁ ନିଜ ଦେଶର ଅଂଶ କହି ଦବଦବା ଜାହିର କରୁଛି ଚୀନ କିନ୍ତୁ ଏହାକୁ ମାନିବାକୁ ନାରାଜ ତାଇୱାନ । ତେଣୁ ଅନେକବାର ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ମଧ୍ୟ ଉପଜିଛି । ଏଭଳି କି ତାଇୱାନ ସୀମାରେ ଚୀନ ନିଜର ଯୁଦ୍ଧବିମାନ ଅନୁପ୍ରବେଶ କରାଇ ବାୟୁ ସୀମା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ମଧ୍ୟ କରୁଛି ତାଇୱାନ । ବର୍ଷ ଆରମ୍ଭରୁ ଚୀନର ଏି ଧମକ ଆଗକୁ ତାଇୱାନ ସହ ସମ୍ପର୍କକୁ ଅଧିକ ବିବାଦୀୟ କରିବା ନେଇ ଆଭାସ ଏବେଠୁ ମିଳିଲାଣି ।