ପୁଣି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ; ରାଇରଙ୍ଗପୁର କଲେଜର କାର୍ଯ୍ୟକ୍ରମରେ କରିବେ ଯୋଗଦାନ

ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ବୁଧବାର ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ । ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ । ରାଷ୍ଟ୍ରପତି ଆସୁଥିବାରୁ ସଜେଇ ହେଉଛି କଲେଜ ।

9p

କନକ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଆସନ୍ତା ବୁଧବାର ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି । ମହାମହିମଙ୍କ ମୟୁରଭଞ୍ଜ ଗସ୍ତ ସମୟରେ ମହାମିହମ ରାଷ୍ଟ୍ରପତି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଗସ୍ତକୁ ନେଇ ମହାବିଦ୍ୟାଳୟ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ଦେଶର ପ୍ରଥମ ନାଗରିକ ମହାବିଦ୍ୟାଳୟକୁ ଆସୁଥିବା  ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏ ନେଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ନୂଆ ବୋହୁ ଭଳି ସଜେଇ ହେଉଛି । ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ କରିବା ପାଇଁ ସାରା ମହାବିଦ୍ୟାଳୟ ଚକାଚକ୍ ପାଲଟିବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe