ଫେବ୍ରୁଆରି ୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି,  ସ୍ବାଗତ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର

Advertisment

ସଜେଇ ହେଲାଣି ପୁରୀ ଲୋକଭବନ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଯାଜପୁର । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

ସଜେଇ ହେଲାଣି ପୁରୀ ଲୋକଭବନ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଯାଜପୁର । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

president

president Photograph: (kanaknews)

କନକ ବ୍ୟୁରୋ: ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ‌ । ସେଥିପାଇଁ ନୂଆ ରୂପରେ ସଜେଇ ହେଉଛି ପ୍ରମୋଦ ଉଦ୍ୟନ ଠାରୁ ଆରମ୍ଭ କରି ଲୋକଭବନ । ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ପହଞ୍ଚିବା ପରେ ଲୋକଭବନ ଯିବେ । ୪ ତାରିଖ ସକାଳେ ଶ୍ବେତଗଙ୍ଗାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ପୁରୀ ଗସ୍ତ ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ବିଭିନ୍ନ ଜାଗାରେ ୬ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ। 

ଅଧିକ ପଢନ୍ତୁ: ନିଆରା ଅନ୍ଦାଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲିମ୍ପିକ୍ସ ବିଜେତା ସାଇନାଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ ।

ପୁରୀରେ ଶ୍ରୀମନ୍ଦିରରେ ଦର୍ଶନ ସାରି ଯାଜପୁର ଗସ୍ତ କରିବେ ରାଷ୍ଟ୍ରପତି। ସକାଳ ୮.୩୦ରେ ପ୍ରାଶାସନିକ ପଡ଼ିଆରେ ଓହ୍ଲାଇ ମା’ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି । ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି । ଏହା ହେଉଛି ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତ। ମନ୍ଦିରକୁ ନୂତନ ରଙ୍ଗ ଓ ଲାଇଟ ସହ ସାଜସଜ୍ଜା କରାଯାଇ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି । ଗସ୍ତ ଅବସରରେ ମା’ଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ହେବା ନେଇ ବୈଠକରେ ସ୍ଥିର ହୋଇଛି । ଏହି ସମୟ ଭିତରେ ସାଧାରଣ ଦର୍ଶନ ବନ୍ଦ ରଖାଯିବାକୁ ସ୍ଥିର ହୋଇଛି । 

ସୁରକ୍ଷା ଦୃଷ୍ଟିରୁ ଯାଜପୁର କୁସୁମାକୁ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫେବ୍ରୁଆରି ୧ରୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୂରା ସହରକୁ ନୋ-ଫ୍ଲାଇଂ ଜୋନ୍‌ କରାଯାଇଛି । ଏଥିସହ ସହରର ରାସ୍ତାଘାଟ, ହେଲିପ୍ୟାଡ୍, ବିରଜା ମନ୍ଦିର ପର୍ଯ୍ୟନ୍ତ ୨ କିମି ରାସ୍ତାକୁ ଉଭୟ ପାର୍ଶ୍ବ ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe