କନକ ବ୍ୟୁରୋ: ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଥିପାଇଁ ନୂଆ ରୂପରେ ସଜେଇ ହେଉଛି ପ୍ରମୋଦ ଉଦ୍ୟନ ଠାରୁ ଆରମ୍ଭ କରି ଲୋକଭବନ । ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ପହଞ୍ଚିବା ପରେ ଲୋକଭବନ ଯିବେ । ୪ ତାରିଖ ସକାଳେ ଶ୍ବେତଗଙ୍ଗାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ପୁରୀ ଗସ୍ତ ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ବିଭିନ୍ନ ଜାଗାରେ ୬ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ।
ଅଧିକ ପଢନ୍ତୁ: ନିଆରା ଅନ୍ଦାଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲିମ୍ପିକ୍ସ ବିଜେତା ସାଇନାଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ ।
ପୁରୀରେ ଶ୍ରୀମନ୍ଦିରରେ ଦର୍ଶନ ସାରି ଯାଜପୁର ଗସ୍ତ କରିବେ ରାଷ୍ଟ୍ରପତି। ସକାଳ ୮.୩୦ରେ ପ୍ରାଶାସନିକ ପଡ଼ିଆରେ ଓହ୍ଲାଇ ମା’ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି । ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି । ଏହା ହେଉଛି ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତ। ମନ୍ଦିରକୁ ନୂତନ ରଙ୍ଗ ଓ ଲାଇଟ ସହ ସାଜସଜ୍ଜା କରାଯାଇ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି । ଗସ୍ତ ଅବସରରେ ମା’ଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ହେବା ନେଇ ବୈଠକରେ ସ୍ଥିର ହୋଇଛି । ଏହି ସମୟ ଭିତରେ ସାଧାରଣ ଦର୍ଶନ ବନ୍ଦ ରଖାଯିବାକୁ ସ୍ଥିର ହୋଇଛି ।
ସୁରକ୍ଷା ଦୃଷ୍ଟିରୁ ଯାଜପୁର କୁସୁମାକୁ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫେବ୍ରୁଆରି ୧ରୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୂରା ସହରକୁ ନୋ-ଫ୍ଲାଇଂ ଜୋନ୍ କରାଯାଇଛି । ଏଥିସହ ସହରର ରାସ୍ତାଘାଟ, ହେଲିପ୍ୟାଡ୍, ବିରଜା ମନ୍ଦିର ପର୍ଯ୍ୟନ୍ତ ୨ କିମି ରାସ୍ତାକୁ ଉଭୟ ପାର୍ଶ୍ବ ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/president-2026-01-31-19-51-53.jpg)