ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଉଡ଼ିଲେ ରା‌ଷ୍ଟ୍ରପତି ମୁର୍ମୁ

Advertisment

ପାଖାପାଖି ୨୫ ମିନିଟ ଧରି ରାଷ୍ଟ୍ରପତି ହେଲିକପ୍ଟରରେ ବସି ଜୈସାଲମେର୍‌ରୁ ସୀମାବର୍ତ୍ତୀ କ୍ଷେତ୍ର ଅନୁଧ୍ୟାନ କରିଥିଲେ। ରାଷ୍ଟ୍ରପତି ଏକ ଅଲିଭ୍‌ ଗ୍ରୀନ ରଙ୍ଗର ବାୟୁସେନା ପୋଷାକ ଓ ହେଲମେଟ୍‌ ପିନ୍ଧି ବାୟୁସେନା ଷ୍ଟେସନଠାରେ ସକାଳେ ପହଞ୍ଚି ଥିଲେ। ବାୟୁସେନା ଷ୍ଟେସନଠାରେ ତାଙ୍କୁ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଏ ପି ସିଂହ ସ୍ବାଗତ କରିଥିଲେ। ରା‌ଷ୍ଟ୍ରପତି କ୍ୟାପଟେନଙ୍କ ସହିତ କିଛି ସମୟ କଥା ହୋଇଥିଲେ ।

President

President Photograph: (kanak news)

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଜୈସାଲମୈର୍‌ ଏୟାରଫୋର୍ସ ଷ୍ଟେସନରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢ଼ୁଆ ହେଲିକପ୍ଟର ‘ପ୍ରଚଣ୍ଡ’ରେ ସହ ପାଇଲଟ ଭାବେ ଉଡ଼ାଣ କରିବାରେ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇପାରିଛନ୍ତି। ପାଖାପାଖି ୨୫ ମିନିଟ ଧରି ରାଷ୍ଟ୍ରପତି ହେଲିକପ୍ଟରରେ ବସି ଜୈସାଲମେର୍‌ରୁ ସୀମାବର୍ତ୍ତୀ କ୍ଷେତ୍ର ଅନୁଧ୍ୟାନ କରିଥିଲେ। ରାଷ୍ଟ୍ରପତି ଏକ ଅଲିଭ୍‌ ଗ୍ରୀନ ରଙ୍ଗର ବାୟୁସେନା ପୋଷାକ ଓ ହେଲମେଟ୍‌ ପିନ୍ଧି ବାୟୁସେନା ଷ୍ଟେସନଠାରେ ସକାଳେ ପହଞ୍ଚି ଥିଲେ। ବାୟୁସେନା ଷ୍ଟେସନଠାରେ ତାଙ୍କୁ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଏ ପି ସିଂହ ସ୍ବାଗତ କରିଥିଲେ। ରା‌ଷ୍ଟ୍ରପତି କ୍ୟାପଟେନଙ୍କ ସହିତ କିଛି ସମୟ କଥା ହୋଇଥିଲେ । ସକାଳ ୧୦ଟା ୧୦ ମିନିଟରେ ହେଲିକପ୍ଟର କକ୍‌ପିଟରେ ବସିବା ସହିତ ହାତ ହଲାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ୧୦ଟା ୩୫ମିନିଟରେ ହେଲିକପ୍ଟର ସୁରକ୍ଷିତ ଭାବେ ଅବତରଣ କରିଥିଲା।

ରାଷ୍ଟ୍ରପତି ପୋଖରଣ ଫିଲ୍ଡ ଫାୟାରିଂ ରେଞ୍ଜ ଓ ନିକଟରେ ଥିବା ଗୁରୁତ୍ବପୂର୍ଣ୍ଣ ରଣନୈତିକ କ୍ଷେତ୍ର ଆକାଶମାର୍ଗରୁ ବୁଲି ଦେଖିଥିଲେ। ରାଷ୍ଟ୍ରପତି ଏଠାରୁ ଦେଶବାସୀଙ୍କ ପାଇଁ ବାର୍ତ୍ତା ଦେଇଥିଲେ। ଯବାନମାନଙ୍କ ମନୋବଳ ବୃଦ୍ଧି କରିବା ସହିତ ଜୟ ହିନ୍ଦ୍‌ ଜୟ ଭାରତ ନାରା ଦେଇଥିଲେ। ବାୟୁସେନାର ପ୍ରଶଂସା କରିବା ସହିତ କିଛି ସମୟ ଫଟୋ ସେସନ୍‌ କରିଥିଲେ । ଏହାପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ଜୈସାଲମେର୍‌ ଏୟାରଫୋର୍ସ ଷ୍ଟେସନର ଅତିଥି କକ୍ଷରେ ପହଞ୍ଚି ଥିଲେ। ପୋଖରଣଠାରେ ‘ବାୟୁଶକ୍ତି ୨୦୨୬’ର ବାୟୁସେନା ସମରାଭ୍ୟାସରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଅଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଗତବର୍ଷ ଅକ୍ଟୋବରରେ ଅମ୍ବାଲା ଏୟାରଫୋର୍ସ ଷ୍ଟେସନଠାରେ ରାଫେଲ୍‌ ଲଢ଼ୁଆ ବିମାନ ଓ ୨୦୨୩ରେ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ- ୩୦ ଏମ୍‌କେଆଇ ଲଢ଼ୁଆ ବିମାନରେ ବସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe