କନକ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହକୁ ସମ୍ୱୋଧିତ କରି କହିଛନ୍ତି, ଛାତ୍ରଛାତ୍ରୀମାନେ ଚାକିର କରିବାକୁ ନୁହେଁ ଚାକିରି ଦେବାକୁ ପାଠ ପଢନ୍ତୁ ।
ରେଭେନ୍ସା ସଂପର୍କରେ ନିଜ ଅନୁଭୂତ ବଖାଣି କହିଛନ୍ତି ମୋ ଝିଅ ଏଠାରେ ପଢୁଥିବା ବେଳେ ହଷ୍ଟେଲକୁ ଆସିଥିଲି । ରେଭେନ୍ସା ଇଟା ସିମେଣ୍ଟରେ ଗଢ଼ା କୋଠା ନୁହେଁ ଏହା ଏକ ଶାଳଗ୍ରାମ । ସେହିପରି ମଧୁବାବୁଙ୍କ ଜୋତା କାରଖାନାର ଉଦାହରଣ ମଧ୍ୟ ଦେଇଛନ୍ତି । ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ହେଲେ ପୁରୁଣାକାଳିଆ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରେଭେନ୍ସା ସମାବର୍ତ୍ତନ ଉତ୍ସବ ପରେ ରେଭେନ୍ସା ବାଲିକା ଉଚ୍ଚବିଦ୍ୟାଳୟର ୩ଟି ଅଟ୍ଟାଳିକାର ପୁର୍ନବିନ୍ୟାସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାପରେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହାପରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/15/president-lauds-ravenshaw-university-2025-07-15-20-46-23.jpg)