କନକ ବ୍ୟୁରୋ : ପୁରୀରେ ପହଞ୍ଚିଲେ  ମହାମହିମ ରାଷ୍ଟ୍ରପତି ।  କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ।   ନୌସେନା ଦିବସରେ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଅପରାହ୍ନରେ ନୌସେନା ଦିବସରେ ହେବେ ସାମିଲ । ବ୍ଲୁ ଫ୍ଲାଗ୍  ବିଚ୍ ରେ ନୌସେନାର ସମରାଭ୍ୟାସ ଦେଖିବେ ମହାମହିମ ରାଷ୍ଟ୍ରପତି । ତେବେ କାର୍ଯ୍ୟକ୍ରମ ସାରି  ରାଜଭବନରେ ବିଶ୍ରାମ ନେବେ ।

Advertisment

 ଆଜି ପୁରୀରେ ପାଳନ ହେବ ନୌସେନା ଦିବସ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୌବୀରଙ୍କ ପରାକ୍ରମ ଦେଖିବାକୁ ଶ୍ରୀକ୍ଷେତ୍ରରେ ଜମିବ ପ୍ରବଳ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରୁ ଆସୁଥିବା ୪ ଚକିଆ ଯାନ ଗୁଡ଼ିବ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବେ । ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍‌ ଯାଏ ଯିବେ । କୋଣାର୍କ ପଟୁ ଆସୁଥିବା ଯାତ୍ରୀ ତାଳବଣିଆରେ ଗାଡ଼ି ପାର୍କିଂ କରିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଦର୍ଶକ ଷ୍ଟଲିନ୍‌ ନିକଟରେ ଗାଡ଼ି ରଖିପାରିବେ । ଅରେଞ୍ଜ ପାସଧାରୀଙ୍କ ପାଇଁ ଜେଲ୍‌ ରୋଡ୍‌ ଓ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା । ବ୍ଲୁ ପାସଧାରୀଙ୍କ ପାଇଁ ହୋଟେଲ ନୀଳାଚଳ ଅଶୋକ ଏବଂ ଏସସିଏସ କଲେଜରେ ପାର୍କିଂ ବ୍ୟବସ୍ଥା ।

କେମିତି ଯିବେ ପୁରୀ?
- ନୌସେନା ଦିବସ ପାଇଁ ପୁରୀରେ ଟ୍ରାଫିକ କଟକଣା 

- ଭୁବନେଶ୍ବରରୁ ଆସୁଥିବା ୪ ଚକିଆ ଯାନ ପାଇଁ ସ୍ବତନ୍ତ୍ର ମାର୍ଗ

- ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବ ଗାଡ଼ି

- ଦୁଇ ଚକିଆ ଯାନ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂ ଯାଏ ଯିବ

- କୋଣାର୍କ ପଟୁ ଆସୁଥିଲେ ତାଳବଣିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା

- ବ୍ରହ୍ମଗିରି ପଟୁ ଆସୁଥିଲେ ଷ୍ଟର୍ଲିଂ ନିକଟରେ ଗାଡ଼ି ରଖିପାରିବେ

- ଅରେଞ୍ଜ ପାସଧାରୀ ଜେଲ୍‌ ରୋଡ୍‌ ଓ ଶରଧାବାଲିରେ ପାର୍କିଂ କରିବେ

- ବ୍ଲୁ ପାସଧାରୀ ହୋଟେଲ ନୀଳାଚଳ ଅଶୋକ ଓ ଏସସିଏସ କଲେଜରେ ଗାଡ଼ି ରଖିବେ