ସରକାରଙ୍କ ସଫଳତାର ରିପୋର୍ଟ ଦେଲେ ରାଷ୍ଟ୍ରପତି

Advertisment

ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇ କହିଛନ୍ତି, ସରକାର ଏକ ବିକଶିତ ଭାରତ ପାଇଁ ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ ଦେଖୁଛନ୍ତି । ତେଣୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି ।

ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇ କହିଛନ୍ତି, ସରକାର ଏକ ବିକଶିତ ଭାରତ ପାଇଁ ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ ଦେଖୁଛନ୍ତି । ତେଣୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି ।

President

President Photograph: (Kanak news)

କନକ ବ୍ୟୁରୋ : ସଂସଦର ବଜେଟ ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବୁଧବାର ଜାନୁୟାରି ୨୮ଠାରୁ ଫେବ୍ରୁଆରିୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଏକ ଏକ୍ସ-ପୋଷ୍ଟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟରେ ବଜେଟ ବିତର୍କ ହେବ । ଏହା ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ, ସଂସଦରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ, ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର, ଫେବ୍ରୁଆରି ୧ ରେ ବଜେଟ୍ ଉପସ୍ଥାପନ କରିବେ ।

ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇ କହିଛନ୍ତି, ସରକାର ଏକ ବିକଶିତ ଭାରତ ପାଇଁ ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ ଦେଖୁଛନ୍ତି । ତେଣୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଗ୍ରାମାଞ୍ଚଳରେ ବିକାଶ ଓ ନିଯୁକ୍ତି ପାଇଁ ବିକଶିତ ଭାରତ - ଜୀ ରାମ ଜୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ବିରୋଧୀ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଲୋଗାନ ଓ ହୋହାଲ୍ଲା କରିଥିଲେ । ରାଷ୍ଟ୍ରପତି ଦାବି କରିଥିଲେ ଯେ, ସରକାର ପ୍ରକୃତ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ଅଛନ୍ତି ।

ଅଧିକ ପଢ଼ନ୍ତୁ---ପାୱାରଙ୍କ ବିନା ମହାରାଷ୍ଟ୍ର ରାଜନୀତି କିଛି ନୁହେଁ , ମହାରାଷ୍ଟ୍ର ରାଜନୀତିରେ ଆଜି କଳା ଦିନ : ସଞ୍ଜୟ

ଇୟୁ ଚୁକ୍ତି ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ରାଷ୍ଟ୍ରପତି କହିଛନ୍ତି, ୟୁରୋପୀୟ ସଂଘ ସହିତ ଏଫ୍‌ଟିଏ ସେବା ଓ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ତଥା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସରକାର ଦୁର୍ନୀତି ଓ ସ୍କାମ୍ ମୁକାବିଲା କରିବାରେ ସଫଳ ହୋଇଛନ୍ତି । ସାର୍ବଜନୀନ ପାଣ୍ଠିର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରାଯାଇଛି । ସରକାର ଦଳିତ, ଅବହେଳିତ, ପଛୁଆ ବର୍ଗ ଓ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି ।

ଭାରତ ଷ୍ଟାର୍ଟଅପ୍‌ଗ ହବ୍ ପାଲଟିଛି

ରାଷ୍ଟ୍ରପତି କହିଛନ୍ତି, ଭାରତ ସରକାର ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି,ସେସବୁ ସଫଳତାର ସହିତ କାର୍ଯ୍ୟ କରୁଛି । ଏକ ଦଶନ୍ଧି ପୂର୍ବରୁ ଦେଶରେ ମାତ୍ର ୫୦୦ ଷ୍ଟାର୍ଟ-ଅପ୍ ଥିଲା । କିନ୍ତୁ ଏବେ ଏହି ସଂଖ୍ୟା ହଜାର ହଜାର ସଂଖ୍ୟାରେ ପହଞ୍ଚିଛି । ପ୍ରଯୁକ୍ତିବିଦ୍ୟା ଓ ଏଆଇ ନିରନ୍ତର ଭାବେ ବିକଶିତ ହେଉଛି । ସରକାର ଓ ଯୁବପିଢ଼ିଙ୍କ ମିଳିତ ପ୍ରୟାସ ଯୋଗୁ ଦେଶରେ କ୍ରୀଡ଼ାର ବିକାଶ ଧାରା ଜାରି ରହିଛି । ସରକାର ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଆରମ୍ଭ କରିଛନ୍ତି ତଥା କ୍ରୀଡ଼ା ବିଭାଗଗୁଡ଼ିକରେ ସ୍ୱଚ୍ଛତା ଆଣିଛନ୍ତି ।

ଗ୍ଲୋବାଲ ସାଉଥ୍‌ରେ ଭାରତର ଗୁରୁତ୍ବ ବଢ଼ିଛି

ରାଷ୍ଟ୍ରପତି କହିଛନ୍ତି, ଗ୍ଲୋବାଲ ସାଉଥ୍‌ରେ ଭାରତ ଗୁରୁତ୍ବ ବଢ଼ିଛି । ଦେଶ ବ୍ରିକ୍ସ, ଏସ୍‌ସିଓ, ଜି-୨୦ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଛି । ଅନେକ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଦେଶ ସଫଳତାର ସହିତ କାର୍ଯ୍ୟ କରୁଛି । ରାଷ୍ଟ୍ରପତି ଘୋଷଣା କରିଛନ୍ତି, ସରକାର ଖୁବ୍ ଶୀଘ୍ର ଏକ ବିଶ୍ୱ ଏଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ।ଏହା ସହିତ ରାଷ୍ଟ୍ରପତି ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରଦର୍ଶନ କରିଥିବା ବୀରତ୍ବ ସମ୍ପର୍କରେ ମଧ୍ୟ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe