କନକ ବ୍ୟୁରୋ: ଜନ୍ମଦିନରେ କୁନି କୁନି ଦିବ୍ୟାଙ୍ଗ ପିଲାଙ୍କ ସଙ୍ଗୀତ ଶୁଣି ଅଭିଭୂତ ହୋଇପଡ଼ିଲେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ୬୭ତମ ଜନ୍ମଦିନ । ରାଷ୍ଟ୍ରପତି ଏବେ ଉତ୍ତରାଖଣ୍ଡକୁ ୩ ଦିନିଆ ଗସ୍ତରେ ଅଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ପାଇଁ ଦୃଷ୍ଟିବାଧିତ କିଛି ପିଲା ଗୀତ ଗାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏଥିରେ ଅଭିଭୂତ ହୋଇପଡ଼ିଥିଲେ ମହାମହିମ । ରୁମାଲରେ ଆଖି ପୋଛୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, ସେ ନିଜ ଲୁହ ରୋକିପାରି ନଥିଲେ । କାରଣ ପିଲାମାନେ ଏତେ ସୁନ୍ଦର ଗୀତ ଗାଉଥିଲେ, ଆଉ ହୃଦୟରୁ ଗାଉଥିଲେ । ରାଷ୍ଟ୍ରପତି ଜୁନ୍ ୨୧ରେ ଦିଲ୍ଲୀକୁ ଫେରିବେ।
ମଞ୍ଚରେ ଭାବବିହ୍ବଳ ହେଲେ ରାଷ୍ଟ୍ରପତି: ଦିବ୍ୟାଙ୍ଗ ଛାତ୍ରୀଙ୍କ ଗୀତ ଶୁଣି ଭିଜିଲା ମହାମହିମଙ୍କ ଆଖି
ଜନ୍ମଦିନ ଅବସରରେ ତାଙ୍କ ପାଇଁ ଦୃଷ୍ଟିବାଧିତ କିଛି ପିଲା ଗୀତ ଗାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏଥିରେ ଅଭିଭୂତ ହୋଇପଡ଼ିଥିଲେ ମହାମହିମ । ରୁମାଲରେ ଆଖି ପୋଛୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
/kanak/media/media_files/2025/06/20/42fffdedee-2025-06-20-21-02-15.jpg)