କନକ ବ୍ୟୁରୋ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବେଗ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଭୟଙ୍କର । କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ନିରାଶାଜନକ। ଏହା ଅତ୍ୟନ୍ତ ଭୟଙ୍କର ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।
ଏଥିପାଇଁ ସେ ନିରାଶ ଅନୁଭବ କରୁଛନ୍ତି ଏବଂ ଭୟଭୀତ ବୋଲି କହିଛନ୍ତି। କୌଣସି ସଭ୍ୟ ସମାଜ ଝିଅ ଓ ଭଉଣୀଙ୍କ ଉପରେ ଏଭଳି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ ବୋଲି ମହାମହିମ କହିଛନ୍ତି। କୋଲକାତାରେ ଛାତ୍ର, ଡାକ୍ତର ଓ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅପରାଧୀମାନେ କୌଣସି ସ୍ଥାନରେ ଲୁଚି ରହିଛନ୍ତି ବୋଲି ସେ କହିଛନ୍ତି। ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପଶ୍ଚିମବଙ୍ଗ ସରକାରଙ୍କ ଶାସନ ଉପରେ କଡ଼ା ସମାଲୋଚନା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)