ନିଜ ଜନ୍ମମାଟିକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପାହାଡପୁର–ରାଇରଙ୍ଗପୁରରେ ଆତ୍ମୀୟ ସ୍ୱାଗତ

Advertisment

ରାଇରଙ୍ଗପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାହାଡପୁରର ମୁର୍ମୁ ଛକରେ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଭାବବିହ୍ବଳ ହେଲେ  ରାଷ୍ଟ୍ରପତି ।

ରାଇରଙ୍ଗପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାହାଡପୁରର ମୁର୍ମୁ ଛକରେ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଭାବବିହ୍ବଳ ହେଲେ  ରାଷ୍ଟ୍ରପତି ।

President

କନକ ବ୍ୟୁରୋ  : ନିଜ  ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି । ଯେଉଁ ଗାଁରେ ସିଏ ଜନ୍ମ ନେଇଛନ୍ତି , ଯେଉଁ ଗାଁରେ ବଢିଛନ୍ତି ଏବେ ବର୍ତ୍ତମାନ ସେଇ  ନିଜ ଗାଁ ଦାଣ୍ଡରେ ପାଦରେ ଚାଲି ଚାଲି ଯାଇଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବଳୟରେ ରାଇରଙ୍ଗପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ଓଡିଶା ଗସ୍ତର ଆଜି ତାଙ୍କର ତୃତୀୟ ଦିନ । ରାଇରଙ୍ଗପୁରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାହାଡପୁରର ମୁର୍ମୁ ଛକରେ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି । ଶ୍ରୀଜୀଉଙ୍କ ଦର୍ଶନ ପରେ ଶିମିଳିପାଳରେ କରିବେ ରାତ୍ରିଯାପନ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବେଶ୍ ଉତ୍ସବ ମୁଖର ପାହାଡପୁର । ନାଚଗୀତର ତାଳେ ତାଳେ ମହାମହିମଙ୍କୁ ସ୍ବାଗତ କରିଛନ୍ତି ପାହାଡପୁରବାସୀ ।

ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟରେ କମ୍ପୁଛି ପାହାଡପୁର । ହାତରେ ଫୁଲ ,ଚନ୍ଦନ ,ଦୀପ, ଧୂପ ଦେଇ ଭବ୍ୟ ସ୍ବାଗତ କଲେ ପାହାଡପୁରବାସୀ । ସାରା ପରିବେଶ ଉତ୍ସବ ମୁଖର ହେବା ସହ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଅଞ୍ଚଳରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ଝଲକ ଟିକେ ଦେଖିବାପାଇଁ ଜନସମାଗମ ମଧ୍ୟ ଦେଖିବାକୁ ମିଳିଛି । ଗାଁର ମହିଳାମାନେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଶୈଳୀରେ ପାଛୋଟି ନେଇଛନ୍ତି ।

ଅଧିକ ପଢନ୍ତୁ : ରାଷ୍ଟ୍ରପତିଙ୍କ ମୁଣ୍ଡରୁ ଓଢ଼ଣା ଖସିଲାନି

ରାଷ୍ଟ୍ରପତି ମଧ୍ୟ ମହିଳାମାନଙ୍କୁ ଅଭିବାଦନ ଜଣାଇଛନ୍ତି । ଏହିଭଳି ନିଆରା ଅନୁଭୂତି ଉପଲବ୍ଧ କରି ଗ୍ରାମବାସୀ ବେଶ୍ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଗାଁରେ କାର୍ଯ୍ୟକ୍ରମ ସରିବା ପରେ ପରବର୍ତ୍ତୀ ସମୟରେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସବୁଠୁ  ଖୁସିର କଥା ହେଉଛି ଯେ ରାଷ୍ଟ୍ରପତି ଗାଁର ପିଲାମାନଙ୍କ ସହ କଥା ହୋଇ ସେମାନଙ୍କୁ ଚକୋଲୋଟ୍ ମଧ୍ୟ ଦେଇଛନ୍ତି । ରାଷ୍ଟ୍ରପତି ହୋଇ ମଧ୍ୟ  ନିଜ  ଜନ୍ମମାଟିକୁ ଭୁଲି ନାହାନ୍ତି । ଏହା ସହିତ ଅତି ଆନ୍ତରିକତାର ସହ ନିଜ ଗାଁର କୁନିକୁନି ପିଲାମାନଙ୍କୁ ଅତି ଆଦରର ସହ ପାଛୋଟି ନେଇଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe