କନକ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହକୁ ସମ୍ୱୋଧିତ କରି କହିଛନ୍ତି, ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ନୁହେଁ ଚାକିରି ଦେବାକୁ ପାଠ ପଢନ୍ତୁ । ରେଭେନ୍ସା ସଂପର୍କରେ ନିଜ ଅନୁଭୂତି ବଖାଣି କହିଛନ୍ତି ମୋ ଝିଅ ଏଠାରେ ପଢୁଥିବା ବେଳେ ହଷ୍ଟେଲକୁ ଆସିଥିଲି ।

Advertisment

ରେଭେନ୍ସା ଇଟା ସିମେଣ୍ଟରେ ଗଢ଼ା କୋଠା ନୁହେଁ ଏହା ଏକ ଶାଳଗ୍ରାମ । ସେହିପରି ମଧୁବାବୁଙ୍କ ଜୋତା କାରଖାନର ଉଦାହରଣ ମଧ୍ୟ ଦେଇଥିଲେ ରାଷ୍ଟ୍ରପତି । ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ହେଲେ ପୁରୁଣାକାଳିଆ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରେଭେନ୍ସା ସମାବର୍ତ୍ତନ ଉତ୍ସବ ପରେ ରେଭେନ୍ସା ବାଲିକା ଉଚ୍ଚବିଦ୍ୟାଳୟର ୩ଟି ଅଟ୍ଟାଳିକାର ପୁର୍ନବିନ୍ୟାସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାପରେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହାପରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ।