ଅଜିତ କୁମାରଙ୍କ ଠାରୁ ଅରିଜିତ୍ ସିଂହଙ୍କ ଯାଏଁ ; ୭୧ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

Advertisment

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପଦ୍ମ ସମ୍ମାନ-୨୦୨୫

ପଦ୍ମ ସମ୍ମାନ-୨୦୨୫ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଳା, ସମାଜ ସେବା, ବିଜ୍ଞାନ , ଇଞ୍ଜିନିୟରିଙ୍ଗ, ବ୍ୟାପାର ଓ ଉଦ୍ୟୋଗ, ଚିକିତ୍ସା ସାହିତ୍ୟ ଆଦି କ୍ଷେତ୍ରରେ ବିଶେଷ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ୪ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । ଯେଉଁ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ଦିଆଯାଇଛି ସେମାନେ ହେଉଛନ୍ତି ଏମ୍‌ଟି ବାସୁଦେବନ ନାୟାର (ମ‌ରଣୋତ୍ତର), ଡ. ଡି ନାଗେଶ୍ବର ରେଡ୍ଡୀ, ଡ. ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ ଏବଂ ଓସାମୁ ସୁଜୁକି (ମ‌ରଣୋତ୍ତର) । ନାୟାରଙ୍କ ସମ୍ମାନକୁ ତାଙ୍କ ପତ୍ନୀ ଶ୍ରୀମତୀ ସରସ୍ବତୀ ଏବଂ ସୁଜୁକିଙ୍କ ସମ୍ମାନକୁ ତାଙ୍କ ପୁଅ ତୋସିହିରୋ ସୁଜୁକି ଗ୍ରହଣ କରିଥିଲେ । ପଦ୍ମ ସମ୍ମାନ ହାସଲ କରିଥିବା ସେଲିବ୍ରିଟିଙ୍କ ମଧ୍ୟରେ ନନ୍ଦମୁରି ବାଲକ୍ରିଷ୍ଣ, ଅଜିତ କୁମାର, ଶେଖର କପୁର, ଅରିଜିତ ସିଂହ, ରିକି କେଜ୍‌ ଆଦି ରହିଛନ୍ତି । ପଙ୍କଜ ଉଦାସଙ୍କୁ ମ‌ରଣୋତ୍ତର ଭା‌ବେ  ପଦ୍ମ ସମ୍ମାନ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe