ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୬ ଦିନିଆ ଗସ୍ତାରେ ଆସିବେ ମହାମହିମ

Advertisment

ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ । ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

president

president Photograph: (KanakNews)

କନକ ବ୍ୟୁରୋ; ଆସନ୍ତା ଫେବୃଆରି୨ରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ। ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ଗୁଡିକରେ କଟକଣା ଜାରି କରାଯାଇଛି । ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । 

ଅଧିକ ପଢନ୍ତୁ:  ସବୁ ବିପଦର ମୁକାବିଲା କରିବାକୁ ନୌସେନା ପ୍ରସ୍ତୁତ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨ ଫେବୃଆରି ସନ୍ଧ୍ୟା ୬ଟା ୨୦ରୁ ୬ଟା ୫୫ ଯାଏଁ କଟକଣା
ଏୟାରପୋର୍ଟ ଛକ, ହସ୍ପିଟାଲ ଛକ,ଏ.ଜି ଛକ, ଲୋକଭବନ ଛକ ରାସ୍ତାରେ କଟକଣା
୩ ଫେବୃଆରୀ ସକାଳ ୮ଟା ୧୫ରୁ ୮ଟା ୪୫ ମିନିଟ୍ ଯାଏଁ କଟକଣା
ଲୋକଭବନ ଛକ, ଏ.ଜି. ଛକ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ରାସ୍ତାରେ କଟକଣା
୬ ଫେବୃଆରୀ ଅପରାହ୍ନ ୧ଟାରୁ ୧ଟା ୪୫ ମିନିଟ୍ ଯାଏଁ କଟକଣା
ଏୟାରପୋର୍ଟ ଛକ, ହସ୍ପିଟାଲ ଛକ,ଏ.ଜି ଛକ, ଲୋକଭବନ ଛକ ରାସ୍ତାରେ କଟକଣା
ଅପରାହ୍ନ ୩ଟା ୫୫ ମିନିଟ୍‌ରୁ ୪ଟା ୨୫ ମିନିଟ୍ ଯାଏଁ କଟକଣା
ଲୋକଭବନ ଛକ, ପାୱାର ହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସ.ଆଇ.ଏମ.ବି ଛକ ଯାଏଁ କଟକଣା
ସନ୍ଧ୍ୟା ୫ଟା ୧୫ ମିନିଟ୍‌ରୁ ୫ଟା ୫୦ ଯାଏଁ କଟକଣା
ଏକ୍ସ.ଆଇ.ଏମ.ବି ଛକ ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ, ଲୋକଭବନ ଛକ ଯାଏଁ କଟକଣା
୭ ଫେବୃଆରୀ ସକାଳ ୮ଟା ୫୦ ମିନିଟରୁ ୯ଟା ୨୦ ମିନିଟ୍ ଯାଏଁ କଟକଣା
ଲୋକଭବନ ଛକ, ଏ.ଜି. ଛକ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ରାସ୍ତାରେ କଟକଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe