କନକ ବ୍ୟୁରୋ : ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । କଡାସୁରକ୍ଷା ମଧ୍ୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି  । ବଡ ଦାଣ୍ଡରୁ ଚାଲି ଚାଲି ଯାଇ  ଜଗାକୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି  । 

Advertisment

ଗର୍ଭଗୃହରେ ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି ମହାମହିମ । ୧୫ ମିନିଟ୍ ଧରି ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି । ନୌସେନା ଦିବସରେ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଅପରାହ୍ନରେ ନୌସେନା ଦିବସରେ ହେବେ ସାମିଲ । ବ୍ଲୁ ଫ୍ଲାଗ୍  ବିଚ୍ ରେ ନୌସେନାର ସମରାଭ୍ୟାସ ଦେଖିବେ ମହାମହିମ ରାଷ୍ଟ୍ରପତି । ସେହିପରି ଆଜି ରାଷ୍ଟ୍ରପତିଙ୍କ  ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି ।