କନକ ବ୍ୟୁରୋ: ରାଗିଲେ ରାଷ୍ଟ୍ରପତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସାର୍ବଜାନୀନ କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କରିଛନ୍ତି । ଉତ୍ତର ବେଙ୍ଗଲରେ ଏକ ଅନ୍ତର୍ଜାତୀୟ ଆଦିବାସୀ ସମ୍ମିଳନୀ ହେବାର ଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ରାଜ୍ୟ ସରକାର ସେହି ସ୍ଥାନରେ ଆୟୋଜନ ପାଇଁ ଅନୁମତି ଦେଇନଥିଲେ । ଆୟୋଜନ ସ୍ଥଳ ପରିବର୍ତ୍ତନ ଓ ଲୋକଙ୍କ ପ୍ରତି ପ୍ରଶାସନର ବ୍ୟବହାରକୁ ନେଇ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସାର୍ବଜନୀନ ମଞ୍ଚରୁ ରାଷ୍ଟ୍ରପତିଙ୍କ ଏଭଳି ଅସନ୍ତୋଷ ପ୍ରକାଶ କରିବା ପ୍ରଥମ ଘଟଣା । 

Advertisment

 ଅଧିକ ପଢନ୍ତୁ: ସବୁ ବିପଦର ମୁକାବିଲା କରିବାକୁ ନୌସେନା ପ୍ରସ୍ତୁତ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେବଳ ଏତିକି ନୁହେଁ, ସିଲିଗୁଡ଼ି ଗସ୍ତ ସମୟରେ ରାଷ୍ଟ୍ରପତି ପ୍ରୋଟୋକଲ ଏବଂ ପ୍ରସ୍ତୁତିରେ ତ୍ରୁଟି ବିଷୟରେ ମଧ୍ୟ ଇଙ୍ଗିତ କରିଥିଲେ। ନବମ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ମୁର୍ମୁ ଆଜି ସିଲିଗୁଡ଼ିରେ ପହଞ୍ଚିଥିଲେ । ପ୍ରୋଟୋକଲ୍ ଅନୁସାରେ ସ୍ୱାଗତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହିବା କଥା । କିନ୍ତୁ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀ କି ତାଙ୍କ କ୍ୟାବିନେଟର କୌଣସି ମନ୍ତ୍ରୀ ନଥିଲେ । ରାଷ୍ଟ୍ରପତି ସ୍ପଷ୍ଟ କରିଥିଲେ ଯେ, ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ତାଙ୍କର କୌଣସି କ୍ଷୋଭ ନାହିଁ। ରାଷ୍ଟ୍ରପତି କହିଥିଲେ, ମୁଁ ମଧ୍ୟ ବଙ୍ଗଳାର ଝିଅ । ତଥାପି ମୋତେ ଏଠାକୁ ଆସିବାକୁ ଅନୁମତି ଦିଆଯାଉ ନାହିଁ। ମମତା 'ଦିଦି' ମୋ ସାନ ଭଉଣୀ ପରି। ମୁଁ ଜାଣିନାହିଁ, ହୁଏତ ସେ କୌଣସି କାରଣରୁ ମୋ ଉପରେ ରାଗିଛନ୍ତି। ଯାହାହେଉ, ମୋର ତାଙ୍କୁ ନେଇ କୌଣସି ଅଭିଯୋଗ ନାହିଁ। ସେ ମଧ୍ୟ ଭଲ ରୁହନ୍ତୁ ।