ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି : ସକାଳେ ଯାଜପୁରରେ ବିରଜାଙ୍କୁ ଦର୍ଶନ ସହ ନାଭିଗୟାରେ କରିଥିଲେ ପିଣ୍ଡଦାନ

Advertisment

ଯାଜପୁରରେ କାର୍ଯ୍ୟକ୍ରମ ସାରି ବାଲେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲେଶ୍ବର ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । 

ଯାଜପୁରରେ କାର୍ଯ୍ୟକ୍ରମ ସାରି ବାଲେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲେଶ୍ବର ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । 

35

Photograph: (kanaknews)

କନକବ୍ୟୁରୋ : ଯାଜପୁରରେ କାର୍ଯ୍ୟକ୍ରମ ସାରି ବାଲେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲେଶ୍ବର ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।  ଏହା ପୂର୍ବରୁ ଯାଜପୁର ଯାଇ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି। ମାଆଙ୍କୁ ଦର୍ଶନ ସହିତ ନାଭିଗୟାରେ ପିଣ୍ଡଦାନ କରିଛନ୍ତି  । 

ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ  ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ମା’ ବିରଜାଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି କରାଯାଇଛି। ବାଲେଶ୍ବର କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଆଜି ରାତିରେ ପୁରୀ ଲୋକଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ସକାଳ ପ୍ରାୟ ୭ଟା ୪୦ରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ ।  ସକାଳ ୯ଟା ୫୦ ମିନିଟ୍‌ରେ ମହାମହିମ ବିରଜା ମନ୍ଦିରରେ ପହଞ୍ଚିବା ପରେ ପ୍ରଥମେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆରଡିସି, ଅତିରିକ୍ତ ଡିଜି, କେନ୍ଦ୍ରାଞ୍ଚଳ ଡିଆଇଜି, ଯାଜପୁର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଅଧିକ ପଢନ୍ତୁ... ନାଭିଗୟାରେ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଜାଣନ୍ତୁ କାହିଁକି ନାଭିଗୟାରେ ପିତୃଗଣ ଓ ମାତୃଗଣଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ?

ସୂଚନା ଅନୁଯାୟୀ ମା'ଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ବେଢ଼ା ପରିକ୍ରମା କରିଥିଲେ  । ପିଣ୍ଡଦାନ କାର୍ଯ୍ୟରେ ପୂଜକ ଭାବେ ସରୋଜ କୁମାର ପତି, ଅବିନାଶ ପାଣି, ସତ୍ୟରଂଜନ ପାଣି ଓ କଲ୍ୟାଣ ପାଣି ରହିଥିଲେ  ପୁରୋଧା ଭାବେ ସେଠାରେ ହିଂମାଶୁ ଶେଖର ପତିମିଶ୍ର ଉପସ୍ଥିତ ଥିବାବେଳେ ମା'ଙ୍କ ପୂଜାରେ ପୁରୋଧା ଭାବେ ଡ. ଜ୍ଞାନରଂଜନ ପତିଙ୍କ ସମେତ ଦୁର୍ଗାମାଧବ ପାଣି, ବିଜୟ କୁମାର ପାଣି, ସତ୍ୟରଂଜନ ପାଣି ରହିଥିଲେ  । 

ଦୈନିକ ପାଳିଆ ସେବକ ଭାବେ ସତ୍ୟନାରାୟଣ କର, ନାଗେନ୍ଦ୍ର ଭୂଷଣ କର, ଦୂତୀସୁନ୍ଦର ପାଣି ଉପସ୍ଥିତ ରହିଥିଲେ । ଏଥିସହ ମନ୍ଦିର ମୁଖଶାଳା ନିକଟରେ ୪ଜଣ ସେବାୟତଙ୍କ ଦ୍ବାରା ବେଦପାଠ କରାଯିବା ସେଥିରେ ସୀତାକାନ୍ତ ପାଣି, ପ୍ରତାପ କୁମାର ପତି, ବିରଜା ଶଙ୍କର ପତି ଓ ପ୍ରଭାତ ରଂଜନ ପତିଙ୍କୁ ରଖାଯାଇଥିଲା  । ସେହିପରି ମୁକ୍ତି ମଣ୍ଡପରେ ୩୨ ଜଣ ବ୍ରାହ୍ମଣ ସେବାୟତ ଉପସ୍ଥିତ  ରହିଥିଲେ  ।

କାହିଁକି ନାଭିଗୟାରେ ପିତୃଗଣ ଓ ମାତୃଗଣଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ? 
ସମଗ୍ର ଭାରତବର୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ୩ଟି ଗୟା ଅର୍ଥାତ୍ ତ୍ରିଗୟା ରହିଛି। ପାଦଗୟା ପିଠାପୁରମ୍ ଆନ୍ଧ୍ରପ୍ରଦେଶରେ, ଶିରଗୟା ବିହାରରେ ଓ ନାଭିଗୟା ଓଡ଼ିଶାର ଯାଜପୁରରେ ଅବସ୍ଥିତ ହିନ୍ଦୁ ରାତିରେ ଏହିଠାରେ ପିଣ୍ଡଦାନ ଜଳେ ପିତୃପୁରୁଷ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ଵାସ ରହିଛି  । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବିଶେଷକରି ଦକ୍ଷିଣ ଭାରତରୁ ଅଧିକାଂଶ ଶ୍ରଦ୍ଧାଳୁ ପିଣ୍ଡଦାନ କରିବାକୁ ଏଠାକୁ ଆସିଥାନ୍ତି। ଏଥିସହ ବହୁ ଶ୍ରଦ୍ଧାଳୁ ତ୍ରିବେଣୀରେ ଅସ୍ଥି ବିସର୍ଜନ କରି ନାଭିଗୟାରେ ପିଣ୍ଡଦାନ କରିଥାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe